/odisha-reporter/media/post_attachments/uploadimage/library/16_9/16_9_0/Truck_1708245043.jpg)
Truck
ସ୍କୁଟିରେ ଯାଉଥିବା ବେଳେ ଟ୍ରକ୍ ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ଆଜି କଟକ ନୂଆବଜାର ଛକରେ ଘଟିଛି ଏହି ଦୁର୍ଘଟଣା।
Advertisment
ମୃତ ମହିଳାଙ୍କ ନାଁ ସାରଥୀ ରାଉତ। ତାଙ୍କ ଘର କନ୍ଦରପୁର ଅଞ୍ଚଳରେ। ତାଙ୍କ ସ୍ୱାମୀଙ୍କ ନାଁ ଦୀପକ ରାଉତ। ତାଙ୍କ ସ୍ୱାମୀ ଓ ଝିଅଙ୍କୁ କଟକ ଏସ୍ସିବିରେ ଭର୍ତ୍ତି କରାଯାଇଛି।
ଦୀପକ ସ୍କୁଟିରେ ପତ୍ନୀ ସାରଥୀ ଓ ଝିଅକୁ ନେଇ ଯାଉଥିବା ବେଳେ ଚାଉଳିଆଗଞ୍ଜ ଛକ ଆଡୁ ଆସୁଥିବା ଟ୍ରକଟି ସେମାନଙ୍କୁ ନୂଆବଜାର ଛକ ନିକଟରେ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କା ଦେବା ପରେ ସାରଥୀ ତଳେ ପଡ଼ି ଯାଇଥିଲେ। ଏହା ପରେ ଟ୍ରକ୍ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
Advertisment
ଏହି ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲେ। ପୁଲିସ୍ ଟ୍ରକ୍ଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
