Advertisment

ଘାସ କାଟିବାକୁ ଯାଇଥିଲେ; ବଜ୍ରପାତ ହେବାରୁ ଟଳି ପଡ଼ିଲେ ମହିଳା

ଝରୀଗାଁ ବ୍ଲକ୍‌ ବକଡାବେଡା ପଞ୍ଚାୟତ ଟେଣ୍ଡକାଗୁଡା ଗାଁର ନବୀନା ଭତରା ଓ ଅନ୍ୟ ଦୁଇ ଜଣ ମହିଳା ଆଜି ସକାଳେ ବିଲକୁ ଘାସ କାଟିବା ପାଇଁ ଯାଇଥିଲେ। ଅପରାହ୍ନରେ ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ।

Lightening

Lightening

Advertisment

ଘାସ କାଟିବା ପାଇଁ ବିଲକୁ ଯାଇଥିଲେ। ବଜ୍ରପାତ ହେବାରୁ ତର ତର ହୋଇ ଘରକୁ ଫେରୁଥିଲେ। ହେଲେ ଘରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ। ଏପରି ହୃଦୟବିଦାରକ ଘଟଣା ନବରଙ୍ଗପୁର ଜିଲ୍ଲା ଝରୀଗାଁ ଅଞ୍ଚଳରେ ଘଟିଛି।

Advertisment

ଝରୀଗାଁ ବ୍ଲକ୍‌ ବକଡାବେଡା ପଞ୍ଚାୟତ ଟେଣ୍ଡକାଗୁଡା ଗାଁର ନବୀନା ଭତରା ଓ ଅନ୍ୟ ଦୁଇ ଜଣ ମହିଳା ଆଜି ସକାଳେ ବିଲକୁ ଘାସ କାଟିବା ପାଇଁ ଯାଇଥିଲେ। ଅପରାହ୍ନରେ ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ବର୍ଷା ସାଙ୍ଗକୁ ଘଡଘଡି ମାରିଥିଲା। ଜୀବନ ବିକଳରେ ସମସ୍ତେ ଘରକୁ ପଳାଇ ଆସୁଥିଲେ। ତେବେ ହଠାତ୍‌ ବଜ୍ରପାତ ହେବାରୁ ନବୀନା ଚେତାହରାଇ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଉମରକୋଟ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Lightening Death Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe