Advertisment

ରାସ୍ତା ପାରି ହେଉଥିଲେ ମହିଳା; ମାଡ଼ିଗଲା ଦ୍ରୁତଗାମୀ ଗାଡ଼ି

ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା ଜାତୀୟ ରାଜପଥ। ଖବର ପାଇ ରେଢ଼ାଖୋଲ ଥାନା ପୁଲିସ୍‌ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ହେଲେ ଉତ୍ତ୍ୟକ୍ତ ଲୋକ ନିଜ ଜିଦ୍‌ରେ ଅଟଳ ରହିଥିଲେ।

author-image
Manoranjan Sial
Accident

Accident

ରାସ୍ତା ପାରି ହେଉଥିଲେ ମହିଳା। ଠିକ୍‌ ସେହି ସମୟରେ ଏକ ଦ୍ରୁତଗାମୀ ଗାଡ଼ି ତାଙ୍କ ଉପରେ ମାଡ଼ିଗଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥରେ ଘଟିଛି।।

Advertisment

ରେଢ଼ାଖୋଲ ଥାନା ଖରସାଳି ଗାଁର ଯମୁନା ମୁଣ୍ଡା କୌଣସି କାମରେ ଚାଲି ଚାଲି ବେତଗଢ ଛକ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଅତିକ୍ରମ କରୁଥିଲେ। ଠିକ୍‌ ସେହି ସମୟରେ ଏକ ଦ୍ରୁତଗାମୀ ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପାଇବା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ ଓ କ୍ଷତିପୂଣ ଦାବିରେ ସ୍ଥାନୀୟ ଲୋକ ଏବଂ ମୃତକଙ୍କ ପରିବାର ଲୋକେ ଜାତୀୟ ରାଜପଥରେ ଅବରୋଧ କରିଥିଲେ।

ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା ଜାତୀୟ ରାଜପଥ। ଖବର ପାଇ ରେଢ଼ାଖୋଲ ଥାନା ପୁଲିସ୍‌ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ହେଲେ ଉତ୍ତ୍ୟକ୍ତ ଲୋକ ନିଜ ଜିଦ୍‌ରେ ଅଟଳ ରହିଥିଲେ। କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ପାଇଁ ଅଡି ବସିଥିଲେ। ଶେଷରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମୀରଞ୍ଜନ ମହନ୍ତ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ରେଡ୍‌କ୍ରସ୍‌ ପାଣ୍ଠିରୁ କ୍ଷତି ପୂରଣ ଓ ଦୁର୍ଘଟଣା ଘଟିଥିବା ସ୍ଥାନରେ ହମ୍ପ୍ସ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Advertisment

ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ ପୁଲିସ୍‌ ପାଖରେ କୌଣସି ସୂଚନା ନାହିଁ।

ରିପୋର୍ଟ- ରେଢାଖୋଲରୁ ରମାକାନ୍ତ ମହାନନ୍ଦ

Accident Roadaccident Balangir Road Accident