Advertisment

ଅଟୋ ଓଲଟି ମହିଳା ଶ୍ରମିକ ମୃତ

ଗୋଟିଏ ଅଟୋ ସର୍ଗିପାଲି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଘଟଣାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି।

author-image
Hemant Lenka
auto

auto

ସମ୍ବଲପୁରରେ ସଡ଼କ ଦୁର୍ଘଟଣା। ୯ ଜଣ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଗୋଟିଏ ଅଟୋ ସର୍ଗିପାଲି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଘଟଣାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଅଟୋଟି ମହିଳା ଶ୍ରମିକମାନଙ୍କୁ ନେଇ ଗୁଣ୍ଡେରପୁର ଫାଣ୍ଡି ଅଧୀନରେ ଥିବା ସର୍ଗିପାଲି ଅତିକ୍ରମ କରୁଥିଲା। ଏହି ସମୟରେ ରାସ୍ତା କଡ଼ରେ କିଛି ପାଉଁଶ ଗଦା ହୋଇଥିଲା। ଅଟୋର ବେଗ ଅଧିକ ଥିବାରୁ ଏହାର ଚକ ପାଉଁଶରେ ସ୍ଲିପ କରାଯାଇଥିଲା। ଫଳରେ ଡ୍ରାଇଭର ଗାଡ଼ି ଉପରକୁ ନିୟନ୍ତ୍ର ହରାଇଥିଲେ।

ଅଟୋଟି ମଧ୍ୟ ସିଧା ରାସ୍ତାରେ ଓଲଟି ପଡ଼ିଥିଲା। ସେଥିରେ ବସିଥିବା ମହିଳାମାନେ ଏଣେ ତେଣେ ଛିଟିକି ପଡ଼ିଥିଲେ। ଜଣେ ମହିଳା ରାସ୍ତା ଉପରେ ପଡ଼ି ଯିବାରୁ ତାଙ୍କ ମୁଣ୍ତ ପିଟି ହୋଇଯାଇଥିଲା। ଏଥିଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଛତାବର ଗାଁର ବାସିନୀ ବିଶ୍ୱାଳ।

Advertisment

ଅନ୍ୟ ଆହତମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି। ଆହତ ମହିଳାମାନେ ମଧ୍ୟ ଛତାବର ଗାଁର। ସମସ୍ତେ କାମ ସାରି ଘରକୁ ଫେରୁଥିବା ବେଳେ ଏପରି ଘଟଣା ଘଟିଛି।

Odisha Sambalpur