Advertisment

ଦୀପାବଳି ଦେଲା ଦୁଃଖ; ଅନ୍ୟକୁ ବଞ୍ଚାଉ ବଞ୍ଚାଉ ନିଜେ ଜଳିଗଲେ ପୁଷ୍ପାଞ୍ଜଳି

ବସ୍‌ଟି ଖଡ଼ଗପୁର ଗ୍ରାମୀଣ ଥାନା ମାଦପୁର ନିକଟରେ ଯାଉଥିବା ବେଳେ ହଠାତ୍‌ ସେଥିରେ ନିଆଁ ଲାଗି ଯାଇଥିଲା। ମାତ୍ର ବସ୍‌ର ଗେଟ୍ ନ ଖୋଲିବାରୁ ବାହାରକୁ ବାହାରି ପାରିନଥିଲେ ଯାତ୍ରୀ।

ଅଦ୍ୟତନ ହୋଇଛି
Puspanjali with family

Puspanjali with family

Advertisment

ଦୀପାବଳି ପାଳିବାକୁ ଖୁସି ମନରେ ଘରକୁ ଆସୁଥିଲେ। ଆଉ କିଛି ଘଣ୍ଟା ପରେ ହସଖୁସିରେ ଫାଟି ପଡ଼ିଥାନ୍ତା ଘର। ସମସ୍ତେ ମିଳିମିଶି ଦୀପାବଳି ପାଇଁ କରିଥାନ୍ତେ ସଜବାଜ। ହେଲେ ଏଥର ଦୀପାବଳିର ଆଲୋକରେ ଚତୁଃର୍ଦିଗ ଆଲୋକିତ ହେବା ପୂର୍ବରୁ ଅନ୍ଧକାରକୁ ଠେଲି ହୋଇଗଲା ଏକ ପରିବାର । ସବୁ ସ୍ୱପ୍ନ ଅଧାରେ ଜଳିପୋଡ଼ି ପାଉଁଶ ହୋଇଗଲା, ମୁହଁରୁ ହସ ଛଡ଼ାଇ ନେଲେ ଭଗବାନ । ଶାଶୁ ଘରେ ବୋହୂ ନୁହେଁ ପହଞ୍ଚିଲା ବୋହୂର ମୃତ୍ୟୁ ଖବର। ଅନ୍ୟଙ୍କୁ ବଞ୍ଚାଉ ବଞ୍ଚାଉ ନିଜେ ଜଳିଗଲେ ପୁଷ୍ପାଞ୍ଜଳି ଦାସ ।

Advertisment

ଗତ ରାତିରେ କୋଲକାତାରୁ ପାରାଦୀପ ଆସୁଥିଲା ‘ଶିବମ୍’ ବସ । ସେଥିରେ ସମୁଦାୟ ୩୮ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟ ପୁଷ୍ପାଞ୍ଜଳି ଦାସ ନାମ୍ନୀ ମହିଳା ବି ଥିଲେ।

ପୁଷ୍ପାଞ୍ଜଳିଙ୍କ ସ୍ୱାମୀ କୋଲକତାରେ ଚାକିରି କରୁଥିବା ବେଳେ ସେ ନିଜ ୭ ବର୍ଷର ପୁଅ ସହ ସେଠାରେ ରହୁଥିଲେ। ଆସନ୍ତାକାଲି ଦୀପାବଳି ଥିବାରୁ ପରିବାର ସହ ପର୍ବ ପାଳନ କରିବାକୁ ସେ କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅଧୀନ ନିଳାଦ୍ରୀପୁରସ୍ଥିତ ନିଜ ଶାଶୁ ଘରକୁ ଆସୁଥିଲେ।

Advertisment

ମାତ୍ର ଅଧା ବାଟରେ ନିଷ୍ଠୁର ସାଜିଲା ଦଇବ । ବସ୍‌ଟି ଖଡ଼ଗପୁର ଗ୍ରାମୀଣ ଥାନା ମାଦପୁର ନିକଟରେ ଯାଉଥିବା ବେଳେ ହଠାତ୍‌ ସେଥିରେ ନିଆଁ ଲାଗି ଯାଇଥିଲା। ମାତ୍ର ବସ୍‌ର ଗେଟ୍ ନ ଖୋଲିବାରୁ ବାହାରକୁ ବାହାରି ପାରିନଥିଲେ ଯାତ୍ରୀ। ଏମରଜେନ୍ସି ଗେଟ୍‌ ଦେଇ ପୁଅ ଓ ସ୍ୱାମୀଙ୍କୁ ଯେନତେନ ପ୍ରକାରରେ ବାହାରକୁ ବାହାର କରିଥିଲେ ପୁଷ୍ପାଞ୍ଜଳି। ଏଥିସହ ଅନ୍ୟ ଯାତ୍ରୀଙ୍କୁ ବି ବାହାରିବାରେ ସାହାଯ୍ୟ କରିଥିଲେ। କିନ୍ତୁ ଶେଷରେ ନିଜେ ଆଉ ନିଆଁ କବଳରୁ ମୁକୁଳି ପାରି ନ ଥିଲେ। ଆଉ ବସ୍‌ ଭିତରେ ହିଁ ଜୀଅନ୍ତା ଜଳି ଯାଇଥିଲେ ପୁଷ୍ପାଞ୍ଜଳି।

ଏହି ଖବର ଆସିବା ପରେ ପୁରା ପରିବାର ନିଦ ହଜି ଯାଇଛିା ଆଜି ଏହି ସମୟରେ ସେ ପରିବାର ପାଖରେ ଥାନ୍ତେ କିନ୍ତୁ ସବୁ କିଛି ବଦଳି ଯାଇଛି ।ଏବେ ଖାଲି ବୋହୂ କଥା ମନେ ପକାଇ, ବୋହୂ ଫଟୋ ଦେଖି କାନ୍ଦୁଛନ୍ତି ଶାଶୁ ଘର ଲୋକେ।

କୋଲକାତାରୁ ପାରାଦୀପକୁ ଆସୁଥିବା ଶିବମ୍ ବସ୍‌ରେ ମୋଟ୍ ୩୮ ଜଣ ଯାତ୍ରୀ ଥିବା ବେଳେ ସେଥିରୁ କେବଳ ଓଡ଼ିଶାରୁ ୩୧ ଜଣ ଥିବା ବେଳେ କେନ୍ଦ୍ରାପଡାର ୧୬, ଯାଜପୁରର ୬ ଓ ପାରାଦୀପର ୨ଜଣ ଯାତ୍ରୀ ଥିବା ସୂଚନା ମିଳିଥିଲା। ଗତକାଲିର ଅଘଟଣ ପରେ ଆଜି ୨୮ ଜଣଙ୍କୁ ଅନ୍ୟ ଏକ ବସରେ ସେମାନଙ୍କୁ ଓଡ଼ିଶା ଫେରାଇ ଅଣାଯାଇଛି ।

Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe