Advertisment

ବିଦ୍ୟୁତ ସଂସ୍ପର୍ଶରେ ମାଆ ଓ ପୁଅଙ୍କ ମୃତ୍ୟୁ, ମେଡ଼ିକାଲ୍‌ରେ ଅଜା

ଖଲ୍ଲିକୋଟ ଥାନ ଅନ୍ତର୍ଗତ ଲୋଙ୍ଘର ଗାଁର ଲକ୍ଷ୍ମୀ ପାହାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରୁଥିଲେ। ଦୁଇ ଦିନ ତଳେ ଉକ୍ତ ଘରର ଛାତ ପଡ଼ିଥିଲା। ଆଜି ମଧ୍ୟାହ୍ନ ସମୟରେ ଲକ୍ଷ୍ମୀଙ୍କ ଶ୍ୱଶୁର ଭାଗୀ ପାହାନ ଛାତରେ ପାଣି ଦେଉଥିଲେ।

author-image
Manoranjan Sial
Ganjam

Ganjam

ନୂଆକରି ନିର୍ମାଣ ହେଉଥିବା ଘରେ କାମ କରୁଥିଲେ। ସେହି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି। ମାଆ ଓ ପୁଅଙ୍କୁ ବଞ୍ଚାଇବାକୁ ଆସି ଅଜା ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସଂ ସଂଘର୍ଷ କରୁଛନ୍ତି। ଏପରି ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।

Advertisment

ଖଲ୍ଲିକୋଟ ଥାନ ଅନ୍ତର୍ଗତ ଲୋଙ୍ଘର ଗାଁର ଲକ୍ଷ୍ମୀ ପାହାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରୁଥିଲେ। ଦୁଇ ଦିନ ତଳେ ଉକ୍ତ ଘରର ଛାତ ପଡ଼ିଥିଲା। ଆଜି ମଧ୍ୟାହ୍ନ ସମୟରେ ଲକ୍ଷ୍ମୀଙ୍କ ଶ୍ୱଶୁର ଭାଗୀ ପାହାନ ଛାତରେ ପାଣି ଦେଉଥିଲେ। ଠିକ୍‌ ସେହି ସମୟରେ ଲକ୍ଷ୍ମୀଙ୍କ ପତ୍ନୀ ନିବାସୀ ପାହାନ ଓ ପୁଅ ଜିତୁ ପାହାନ ଏକ ଲୁହା ରଡ୍‌ ଉପରେ ଠିଆ ହୋଇ ଘର କାମ କରୁଥିଲେ।

କୌଣସି କାରଣରୁ ଘରର ସର୍ଭିସ୍ ତାର(ବିଦ୍ୟୁତ ତାର) ଲୁହା ରଡ୍‌ ସଂସ୍ପର୍ଶରେ ଆସି ଯାଇଥିଲା। ଯେଉଁଥିପାଇଁ ମାଆ ଓ ପୁଅ ବିଦ୍ୟୁତ ସଂସ୍ପର୍ଶ ଆସିଥିଲେ। ଚିତ୍କାର ଶୁଣି ସେମାନଙ୍କୁ ବଞ୍ଚାଇବା ପାଇଁ ଆସିଥିଲେ ଅଜା ଭାଗୀ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ସାହିଭାଇ ସମସ୍ତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ୍‌ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ମାଆ ଓ ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଅଜା ଭାଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ରିପୋର୍ଟ- ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ

Ganjam Accident