Advertisment

କୋଣାର୍କରେ ଟଳି ପଡ଼ିଲେ ମହାରାଷ୍ଟ୍ରର ମହିଳା ପର୍ଯ୍ୟଟକ

୧୫ ମିନିଟ୍‌ ବିଳମ୍ୱରେ ଡାକ୍ତର ପହଞ୍ଚି ମହିଳା ପର୍ଯ୍ୟଟକ ନିଲାବାଈ ସୁଦାମ ବରଗଜେଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଡାକ୍ତରଙ୍କ ବିଳମ୍ୱ ଯୋଗୁ ନିଲାବାଈଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଓ ସାଥୀମାନେ ଅଭିଯୋଗ କରିଛନ୍ତି।

Konark

Konark

Advertisment

କେତେ ଆଶା ନେଇ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାକୁ ଆସିଥିଲେ ମହାରାଷ୍ଟ୍ରର ମହିଳା ପର୍ଯ୍ୟଟକ। ହେଲେ ବିଚ୍‌ ରାସ୍ତାରେ ଟଳି ପଡ଼ିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି।

Advertisment

ଗଙ୍ଗା ସାଗର ବୁଡ଼ ପକାଇବା ପାଇଁ ଏକ ବସ୍‌ରେ ମହାରାଷ୍ଟ୍ରର ମରାଠାୱାରୁ କୋଣାର୍କ ବୁଲିବାକୁ କିଛି ପର୍ଯ୍ୟଟକ ଆସିଥିଲେ। ଆଜି ମଧ୍ୟାହ୍ନରେ ସେମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ପରେ ସମସ୍ତେ ବାହାରକୁ ଆସୁଥିବା ବେଳେ ୫୨ ବର୍ଷୀୟ ମହିଳା ପର୍ଯ୍ୟଟକ ନିଲାବାଈ ସୁଦାମ ବରଗଜେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ସାଥୀମାନେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି କୋଣାର୍କ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେତେବେଳେ ମେଡ଼ିକାଲ୍‌ରେ ଡାକ୍ତର ନଥିବା ଅଭିଯୋଗ ହେଉଛି।

୧୫ ମିନିଟ୍‌ ବିଳମ୍ୱରେ ଡାକ୍ତର ପହଞ୍ଚି ମହିଳା ପର୍ଯ୍ୟଟକ ନିଲାବାଈ ସୁଦାମ ବରଗଜେଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଡାକ୍ତରଙ୍କ ବିଳମ୍ୱ ଯୋଗୁ ନିଲାବାଈଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଓ ସାଥୀମାନେ ଅଭିଯୋଗ କରିଛନ୍ତି। ସଙ୍ଗେ ସଙ୍ଗେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲେ ତାଙ୍କର ଜୀବନ ବଞ୍ଚି ଯାଇଥାଆନ୍ତା ବୋଲି ପରିବାର ଲୋକେ କହିଛନ୍ତି।

Advertisment

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe