Advertisment

ନିଆଁ ପୁଇଁବା ବେଳେ ଜଳିଗଲେ ମହିଳା

ଆଜି ସକାଳେ ଗୌରୀ ଘର ପାଖରେ ନିଆଁ ଜଳାଇ ପୁଇଁ ହେଉଥିଲେ।

Fire

Fire

Advertisment

ନିଆଁ ପୁଇଁବା ବେଳେ ଲୁଗାରେ ନିଆଁ ଲାଗି ଜଳିଗଲେ ମହିଳା। ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ବାମ୍ ପଞ୍ଚାୟତ ଅନ୍ତର୍ଗତ ଚାଉଳିଆଝରଣ ଗାଁରେ ଆଜି ସକାଳେ ଏପରି ଅଘଟଣ ଘଟିଛି। ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ମହିଳା ଜଣକ ଚାଉଳିଆଝରଣ ଗାଁର ଗୌରୀ ସୋରେନ।

Advertisment

ଆଜି ସକାଳେ ଗୌରୀ ଘର ପାଖରେ ନିଆଁ ଜଳାଇ ପୁଇଁ ହେଉଥିଲେ। ଅସାବଧାନତା କାରଣରୁ ଲୁଗାରେ ନିଆଁ ଲାଗି ଯାଇଥିଲା । ଗୌରି ଜଳିଯାଇଥିଲେ। ଗୌରୀଦେହରେ ନିଆଁ ଲାଗିଥିବା ଦେଖି ଗ୍ରାମବାସୀ ଦୌଡ଼ି ଆସିଥିଲେ ଓ ନିଆଁ ଲିଭାଇଥିଲେ। ସେତେବେଳେକୁ ଗୌରୀଙ୍କ ଶରୀର ଅଧାଅଂଶ ଜଳି ଯାଇଥିଲା।

ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

Advertisment
Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe