Advertisment

କ୍ରେନ୍‌ରେ ଚାପି ହୋଇ ଶ୍ରମିକ ମୃତ

ତେବେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ କମ୍ପାନୀ ଫାଟକ ଆଗରେ ଧାରଣା ଦେଇଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
Protest

Protest

ଆଠଗଡ଼ ଘଣ୍ଟିଖାଲ ସ୍ଥିତ ଆରତୀ ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା ଘଟି କାର୍ଯ୍ୟରତ ଶ୍ରମିକ ମୃତ। ମୃତ ଶ୍ରମିକ ଜଣକଙ୍କ ନାଁ ହେଉଛି ସନାତନ ପାଢ଼ୀ (୫୨)। ତାଙ୍କ ଘରହେଲା ଆଠଗଡ଼ ଥାନା ଅନ୍ତର୍ଗତ ହରିଡ଼ାଗହିର ଗ୍ରାମରେ।

Advertisment

ଶନିବାର (ଗତକାଲି) ରାତିରେ କାରଖାନାରେ କାର୍ଯ୍ୟ କରୁଥିବା ସମୟରେ କ୍ରେନ୍‌ରେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ ସନାତନ ପାଢୀ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ କମ୍ପାନୀ ଫାଟକ ଆଗରେ ଧାରଣା ଦେଇଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ହେବାରୁ ଚୌଦ୍ୱାର ଏଡ଼ିପିଓଙ୍କ ସହ ଖୁଣ୍ଟୁଣୀ ଥାନା ଅଧିକାରୀ ଓ ଗୋଟିଏ ସେକ୍ସନ ଫୋର୍ସ ମୃତୟନ କରାଯାଇ ଥିଲା।

ଆଠଗଡ଼ରେ ଥିବା ହିନ୍ଦୁମଜଦୁର ସଭା ୟୁନିୟନର କର୍ମଚାରୀ ଓ ଶ୍ରମିକ ମାନେ ଏହି ଧାରଣାରେ ସାମିଲ ହୋଇ ମୃତକଙ୍କ ପରିବାରକୁ କ୍ଷତି ପୂରଣ ସହ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଥିଲେ। ବାରମ୍ବାର ଏହି କମ୍ପାନୀରେ ଏଭଳି ଦୁର୍ଘଟଣା ଘଟି ଶ୍ରମିକ ମୃତ୍ୟୁ ବରଣ କରୁଥିଲେ ମଧ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଉନାହାନ୍ତି କମ୍ପାନୀ କର୍ତ୍ତୁପକ୍ଷ। ଯେଉଁଥି ପାଇଁ କମ୍ପାନୀ ସୁରକ୍ଷା ପଲିସି ଓ ଶ୍ରମ ବିଭାଗ ଉପରେ ପ୍ରଶ୍ନ ଉଠାଇଛନ୍ତି ଶ୍ରମିକ ସଂଗଠନ।

Advertisment

ଦିର୍ଘ ସମୟ ଧାରଣାରେ ବସିବା ପରେ କମ୍ପାନୀ କର୍ତ୍ତୁପକ୍ଷ ଧାରଣା କାରିଙ୍କ ଦାବି ପୁରଣ କରିବା ପରେ ଅନ୍ଦୋଳନ ପତ୍ୟା ହାର ହୋଇଥିଲା।

Worker