Advertisment

ଅଜଣା ଗାଡ଼ି ଧକ୍କାରେ ଶ୍ରମିକ ମୃତ

ସାଇକେଲରେ ରାଇସ୍‌ ମିଲକୁ ଯିବାବେଳେ ଏକ ଟ୍ରକ ଦ୍ରୁତଗତିରେ ଆସି ପ୍ରସନ୍ନଙ୍କୁ ପଛପଟୁ ଧକ୍କା ଦେଇଥିଲା।

ଅଦ୍ୟତନ ହୋଇଛି
Mane

Mane

Advertisment

ଅଜଣା ଗାଡ଼ି ଧକ୍କାରେ ଶ୍ରମିକ ମୃତ। ମୃତକ ଜଣଙ୍କ ହେଲେ ପ୍ରସନ୍ନ ବାବୁ (୪୮)। ତାଙ୍କ ଘର ବିନିକା ଥାନା କମିରା ଗାଁରେ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଗାଡିଟି ଫେରାର ଅଛି।

Advertisment

ଏପରି ଘଟଣା ଘଟଇଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ବିଦ୍ୟୁତ୍‌ ଗ୍ରୀଡ ନିକଟରେ। ମୃତକ ପ୍ରସନ୍ନ ରାଇସ୍‌ ମିଲରେ ଶ୍ରମିକ ଭାବେ କାମ କରନ୍ତି। ଆଜି ସିକାଳୁ ସେ ସାଇକେଲରେ ରାଇସ୍‌ ମିଲକୁ ଯାଉଥିଲେ। ସେଇ ସମୟରେ ଏକ ଗାଡି ଆସି ପ୍ରସନ୍ନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା କରିବା ପରେ ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ଘଟଣାସ୍ଥଳରେ ପ୍ରସନ୍ନ ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।

ଏନେଇ ଦୁର୍ଘଟଣା ହୋଇଥିବା ସ୍ଥାନରେ ଲୋକମାନେ ଉତ୍ତେଜନା ପରିସ୍ତିତି ସୃଷ୍ଟି କରିଥିଲେ। ତେବେ ପୁଲିସ ପହଞ୍ଚି ଲୋକମାକମାନଙ୍କୁ ବୁଝାସୁଝା କରିବା ସହିତ ଦୁର୍ଘଟଣା କରିଥିବା ଗାଡିକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

Advertisment
Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe