/odisha-reporter/media/post_attachments/uploadimage/library/16_9/16_9_0/IMAGE_1695548821.jpg)
Amit Bisoyee
ଡିସେମ୍ବର ୧୦ରେ ଥିଲା ନିର୍ବନ୍ଧ। ୨୦୨୪ ଫେବ୍ରୁଆର ୨୮ରେ ହୋଇଥା’ନ୍ତା ବାହାଘର। ହେଲେ ତା’ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ। ତାଙ୍କ ନାଁ ଅମିତ ବିଶୋୟୀ।
Advertisment
ଗତକାଲି ବମିଖାଲ ରେଲୱେ ଓଭରବ୍ରିଜ ତଳେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଯୁବ ଡାକ୍ତର ଅମିତ ବିଶୋୟୀଙ୍କ ଜୀବନ ଚାଲିଯାଇଛି। ଅମିତଙ୍କ ଘର ଗଞ୍ଜାମରେ। ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିଲେ।
ଗତକାଲି ବିଳମ୍ବିତ ରାତିରେ କାର୍ରେ ସେ ରସୁଲଗଡ଼ ପଟୁ କଳ୍ପନା ଆଡକୁ ଯାଉଥିବା ବେଳେ ବମିଖାଲ ବ୍ରିଜର ଡିଭାଇଡରେ ପିଟି ହୋଇଥିଲେ। କାର୍ଟି ଚୁରମାର ହୋଇଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
Advertisment
କ୍ୟାପିଟାଲ ହସପିଟାଲରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
