Advertisment

ରେଞ୍ଜ ରୋଭର ଦୁର୍ଘଟଣା ମାମଲା; ଜୀବନ ଯୁଦ୍ଧରେ ହାରିଗଲେ ଯୁବତୀ

କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋପାମୁଦ୍ରାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ୨ ଦିନ ହେବ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥାରେ କୌଣସି ସୁଧାର ଆସି ନ ଥିବା ବେଳେ ଆଜି ସେ ଆଖି ବୁଜିଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ଗତ ୩ ଦିନ ହେଲା  ରେଞ୍ଜ ରୋଭର ଦୁର୍ଘଟଣାରେ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଯୁବତୀ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ମୃତା ଯୁବତୀ ହେଲେ ଲୋପାମୁଦ୍ରା ସାହୁ

Advertisment

। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋପାମୁଦ୍ରାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ୨ ଦିନ ହେବ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥାରେ କୌଣସି ସୁଧାର ଆସି ନ ଥିବା ବେଳେ ଆଜି ସେ ଆଖି ବୁଜିଥିବା ଜଣାଯାଇଛି।

ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁଚରଣ ନାୟକ ଏବେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଛି।

Advertisment

ଗତ ୩୧ ତାରିଖ ଅପରାହ୍ନରେ ଭୁବନେଶ୍ୱରର ପାୱାର ହାଉସ ଛକରେ ଏକ ରେଞ୍ଜ ରୋଭର ଧକ୍କାରେ ବାଇକ୍‌ରେ ଯାଉଥିବା କାହ୍ନୁଚରଣ ଓ ଲୋପାମୁଦ୍ରା ଗୁରୁତର ହୋଇଥିଲେ। ଉକ୍ତ ଦାମୀ ଗାଡ଼ି କାହାର ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାହା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ କମ୍ପାନୀର ଗାଡ଼ି ବୋଲି ଜଣାଯାଇଛି। ତେବେ ଦୁର୍ଘଟଣା ଘଟିବା ଦିନ ବିଶାଳ ଦାସ ସେହି ଗାଡ଼ିରେ ବସିଥିଲେ କି ନାହିଁ, ଘଟଣା ସଂପର୍କରେ ସେ ଜାଣିଛନ୍ତି କି ନାହିଁ, ତାହା ଜଣାପଡ଼ି ନାହିଁ। ଏନେଇ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବା ବେଳେ  ତାହା ସମ୍ଭବପର ହୋଇ ପାରି ନାହିଁ ।

କମିଶନରେଟ୍ ପୁଲିସର କାର୍ଯ୍ୟାଳୟଠୁ ମାତ୍ର ୫୦ ମିଟର ଦୂରରେ ଏଇ ଦୁର୍ଘଟଣା ଘଟିଥିବା ବେଳେ ପୁଲିସ୍‌ ଗାଡ଼ି ଡ୍ରାଇଭର ସୌଭାଗ୍ୟ କୁମାର ବାଗଙ୍କୁ ଗିରଫ କରିଛି। ଡ୍ରାଇଭର ନିଜ ଦୋଷ ସ୍ୱୀକାର କରିଥିବା ପୁଲିସ୍‌ କହୁଥିବା ବେଳେ ସତ କ’ଣ କ୍ୟାମେରା ଆଗରେ କିନ୍ତୁ ମୁହଁ ଖୋଲିବାକୁ ନାରାଜ।

ଦୁର୍ଘଟଣା ସମୟରେ ରେଞ୍ଜ ରୋଭରର ଆଗ ପଟରେ ଥିବା ଦୁଇଟି ଯାକ ବେଲୁନ ଫାଟିଥିବାରୁ କାରରେ ଦୁଇଜଣ ବ୍ୟକ୍ତି ଥିବା ସ୍ପଷ୍ଟ ହେଉଛି। ତେବେ ସେ ଦ୍ୱିତୀୟ ବ୍ୟକ୍ତି କିଏ? ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ କିଛି ଉଦ୍ୟମ କାମ କରୁନଥିଲା ତ ? ଏନେଇ କେହି କିଛି ମୁହଁ ଖୋଲୁ ନାହାନ୍ତି।

ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର ଗାଡ଼ିର ନମ୍ବରକୁ ନେଇ ପୁଲିସ୍‌ ଭୂମିକା ସନ୍ଦେହ ସୃଷ୍ଟି କରିଛି। ମଙ୍ଗଳବାର ଅପରାହ୍ନରେ ପାୱାର ହାଉସ୍‌ ଛକରେ ଘଟିଥିବା ଏ ଦୁର୍ଘଟଣା ବାବଦରେ କମିଶନରେଟ୍‌ ପୁଲିସର ପ୍ରେସ୍‌ ରିଲିଜରେ ପ୍ରଥମେ ଗାଡ଼ି ନମ୍ବର OD-33-AF-6726 ଲେଖାଥିଲା। ହେଲେ ତା’ର ଅଢ଼େଇ ଘଣ୍ଟା ପରେ ଗାଡ଼ି ନମ୍ବରରେ ସଂଶୋଧନ କରି OD-23-K-0006 ନମ୍ବର ଜାରି କରିଥିଲା। ତେଣୁ ଏଠି ପ୍ରଶ୍ନ ଉଠୁଛି, ଭୁଲ ବଶତଃ ପୁଲିସ ପ୍ରଥମେ ଭୁଲ ନମ୍ବର ଦେଇଥିଲା ନା ଏହା ପଛରେ ଚାପ କାମ କରିଥିଲା। ଏନେଇ କମିଶନରେଟ ପୁଲିସ୍‌ ପକ୍ଷରୁ କୌଣସି ମତ ଦିଆଯାଇନି।

Road Accident Cuttack Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe