Advertisment

ବଜ୍ରପାତରେ ଯୁବତୀ ମୃତ

ସୁକତେଲ ନଦୀରୁ ଗାଧୋଇ ଫେରିବା ସମୟରେ ବଜ୍ରପାତରେ ଚାଲିଗଲା ଜୀବନ।

ଅଦ୍ୟତନ ହୋଇଛି
undefined

Lightning

Advertisment

ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ବିଲେଇସରଡ଼ା ଗାଁରେ ବଜ୍ରପାତରେ ଆଜି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ରୀତା ଷାଣ୍ଢ (୨୭)।

Advertisment

ଦିନ ପ୍ରାୟ ୧୧ଟା ବେଳେ ରୀତା ଗାଁ ନିକଟସ୍ଥ ସୁକତେଲ ନଦୀରୁ ଗାଧୋଇ ଫେରିବା ସମୟରେ ବଜ୍ରପାତରେ ପ୍ରାଣ ହରାଇଥିଲେ। ଘଟଣାସ୍ଥଳରେ ତାଙ୍କ ଜୀବନ ଚାଲି ଯାଇଥିଲା।

ପୁଇଁତଳା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇ ଦେଇଛି।

Advertisment

ଗତକାଲି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟ ଅନ୍ୟ କିଛି ଅଞ୍ଚଳରେ ବର୍ଷା ସହିତ ବଜ୍ରପାତ ହୋଇଥିଲା। ବଜ୍ରପାତ ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୭ ଜଣଙ୍କର ମୃତ୍ୟୁ ଖବର ଆସିଥିଲା।

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଥିବା ବେଳେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଭୁବନେଶ୍ୱରରେ ସବୁଠୁ ଅଧିକ ୨୫୯ ମିଲିମିଟର ବର୍ଷା ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ପୁରୀର ସତ୍ୟବାଦୀରେ ୧୦୬ ମିମି ବର୍ଷା ହୋଇଥିବା ବେଳେ କଟକର କଣ୍ଟାପଡ଼ାରେ ୧୦୧, ଭଦ୍ରକର ତିହିଡ଼ିରେ ୯୭, ଢେଙ୍କାନାଳର ଭୁବନରେ ୯୬, ଭଦ୍ରକର ଭଣ୍ଡାରିପୋଖରୀରେ ୯୩, ପୁରୀ ସହରରେ ୯୦, ଭଦ୍ରକାର ଚାନ୍ଦବାଲିରେ ୮୮.୯, ପିପିଲିରେ ୮୫, ଖୋର୍ଦ୍ଧାର ଜଟଣୀରେ ୮୫, କଟକରେ ୮୩.୨, ମୟୂରଭଞ୍ଜର ରାଇରଙ୍ଗପୁରରେ ୮୨, କେନ୍ଦ୍ରାପଡ଼ାର ରାଜକନିକାରେ ୮୧ ଓ ବରଗଡ଼ର ବରପାଲିରେ ୭୨ ମିମି ବର୍ଷା ରେକର୍ଡ କରାଯାଇଛି।

Lightning Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe