Advertisment

ଏମିତି ଆସେ ମୃତ୍ୟୁ; ଶ୍ୱଶୁର ଘରୁ ଫେରିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ

ସନ୍ତୋଷଙ୍କ ମୃତ୍ୟୁ ପରେ ପରିବାରରେ ଶୋକ ଛାୟା ଖେଳିଯାଇଛି।

ଅଦ୍ୟତନ ହୋଇଛି
DeadBody

DeadBody

Advertisment

ନିଜ ପରିବାର ସହ ଶ୍ୱଶୁର ଘରୁ ନିଜ ଘରକୁ ଫେରୁଥିଲେ ଯୁବକ। ବାରହା ଶିକାର ପାଇଁ ବିଲରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗ୍ରାମ ନିକଟରେ। ମୃତ ଯୁବକ ଜଣଙ୍କ ହେଲେ କଙ୍କିଳି ଗାଁ ମୁଣ୍ଡାସାହିର ସନ୍ତୋଷ ପ୍ରଧାନ।

Advertisment

ଗତକାଲି ସଂନ୍ଧ୍ୟା ସମୟରେ ସନ୍ତୋଷ ନିଜ ପରିବାର ଲୋକଙ୍କ ସହ ନିଜ ଶ୍ୱଶୁର ଘର ଗୁଣ୍ଡିଚାନାଳି ଗ୍ରାମରୁ ନିଜ ଗାଁ କଙ୍କିଳି ଯାଉଥିଲେ। ଏହି ସମୟରେ ବାଉଁଶପାଳ ଗାଁ ନିକଟରେ  ବାରହା ଶିକାର ପାଇଁ ବିଲରେ ବିଦ୍ୟୁତ ତାର ବିଛା ଯାଇଥିଲା। ସନ୍ତୋଷ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସନ୍ତୋଷଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
Deadbody Denkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe