Advertisment

ବାଇକ୍‌ରେ ଯାଉଥିଲେ ତିନି ଯୁବକ; ଜଣକୁ ଟାଣି କଚାଡ଼ି ଦେଲା ଦନ୍ତା

ଏକ ଦନ୍ତା ହାତୀ ବାଇକ୍‌ର ପଛରେ ଥିବା ଯୁବକଙ୍କୁ ଟାଣିନେଇ କଚାଡ଼ି ଦେଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

Tension in Spot

Tension in Spot

Advertisment

ବାଇକ୍‌ରେ ଗାଁରୁ ବାହାରିଥିଲେ ତିନି ଯୁବକ । ଭାବିଥିଲେ କାମ ସାରି ଘରକୁ ଫେରି ଆସିବେ । ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା। ବାଇକ୍‌ରେ ଯିବା ବେଳେ ବାଟରେ ଘଟିଲା ଅଘଟଣ । ଏକ ଦନ୍ତା ହାତୀ ବାଇକ୍‌ର ପଛରେ ଥିବା ଯୁବକଙ୍କୁ ଟାଣିନେଇ କଚାଡ଼ି ଦେଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ଏପରି ଏକ ଅଘଟଣ କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧୀନ ପୁରୁଷୋତ୍ତମପୁର ଗାଁ ପାଖ ବନ୍ଧନଝରି ରିଜର୍ଭ ଫରେଷ୍ଟ ଚାରିକଣିଆରେ ଘଟିଛି। ମୃତକ ହେଲେ ତେଲକୋଇ ଥାନା ମଲାଣ୍ଡା ଗ୍ରାମର ମଦନ ନାୟକ ।

Advertisment

ମଦନ ନିଜ ଶ୍ୱଶୁର ଘର ପୁରୁଷୋତ୍ତମପୁରରେ ରହୁଥିଲେ। ଆଜି ସକାଳେ ବାଇକ୍‌ରେ ମଦନ ଓ ଅନ୍ୟ ୨ଜଣ ଶ୍ରମିକ ପୁରୁଷୋତ୍ତମପୁରଠାରୁ ମକ୍କାପୁଡ଼ା ଗ୍ରାମକୁ ଏକ ମୋଟରସାଇକେଲରେ ଯାଉଥିଲେ ।

ଚାରିକଣିଆ ଜଙ୍ଗଲ ରାସ୍ତାରେ ଗଲାବେଳେ ହଠାତ ସେମାନେ ଏକ ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ମଦନ ବାଇକ୍‌ରେ ପଛରେ ବସିଥିବା ବେଳେ ଦନ୍ତା ଟି ତାଙ୍କୁ ଶୁଣ୍ଢରେ ଟାଣି ନେଇ କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ମଦନଙ୍କ ମୃତ୍ୟୁ ଘଟିଥିଲା।

Advertisment

ବାଇକରେ ଯାଉଥିବା ଅନ୍ୟ ଦୁଇଜଣ ପ୍ରାଣ ବିକଳରେ ଘଟଣାସ୍ଥଳରୁ ପଳାଇଥିଲେ ଖବର ପାଇ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ହୋଇ ଉଠିଥିବା ଗ୍ରାମବାସୀ ବନ ବିଭାଗ କର୍ମଚାରୀଙ୍କୁ ଘେରିଥିବା ବେଳେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ଜଣାଯାଇଛି।

Deadbody Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe