Advertisment

ବଜ୍ରାଘାତରେ ଜଳିଗଲେ ଯୁବକ, ମହିଳା ଗୁରୁତର

ରଞ୍ଜନ ଆଜି ସକାଳେ ଚିଙ୍ଗୁଡ଼ି ଘେରିକୁ ଯାଇଥିଲେ। ଉକ୍ତ ସମୟରେ ପ୍ରବଳ ବର୍ଷା ହେବାରୁ ସେ ନିକଟସ୍ଥ ଏକ ଚାଳ କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ।

SPOT

SPOT

Advertisment

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଆଜି ସକାଳୁ ସକାଳୁ ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ଏକ ଚାଳ ଘର ସହ ଜୀଅନ୍ତା ଜଳିଗଲେ ଯୁବକ। ଏଥିସହ ବଜ୍ରପାତ ଯୋଗୁ ଜଣେ ମହିଳା ଗୁରୁତର ହୋଇ ପଡ଼ିଛନ୍ତି ମୃତ ଯୁବକଜଣକ ହେଲେ ଭୋଗରାଇର ଟୁକୁରି ହାଜିରା ପଞ୍ଚାୟତର ହରେନ୍ଦ୍ର ପରମାଣିକଙ୍କ ପୁଅ ରଞ୍ଜନ ପରମାଣିକ । ଗୁରୁତର ହୋଇଥିବା ମହିଳାଜଣକ ହେଲେ ପସରବିନ୍ଧା ଗ୍ରାମର ମୃତୁଞ୍ଜଜୟ ଘଢ଼ାଇଙ୍କ ବୋହୂ ।

Advertisment

ରଞ୍ଜନ ଆଜି ସକାଳେ ଚିଙ୍ଗୁଡ଼ି ଘେରିକୁ ଯାଇଥିଲେ। ଉକ୍ତ ସମୟରେ ପ୍ରବଳ ବର୍ଷା ହେବାରୁ ସେ ନିକଟସ୍ଥ ଏକ ଚାଳ କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ। ଉକ୍ତ ସମୟରେ ହଠାତ୍‌ ବଜ୍ରପାତ ମାରିଥିଲା। ଫଳରେ ଘର ସହ ଜୀଅନ୍ତା ଜଳି ଯାଇଥିଲେ ରଞ୍ଜନ ।

ଆଜି ସକାଳେ ବଜ୍ରପାତ ମାରୁଥିବା ସମୟରେ ପସରବିନ୍ଧା ଗ୍ରାମର ମୃତୁଞ୍ଜଜୟ ଘଢ଼ାଇଙ୍କ ବୋହୂ ମୋବାଇଲ ବ୍ୟବହାର କରୁଥିଲେ। ଉକ୍ତ ସମୟରେ ବଜ୍ରଘାତରେ ସର୍ଟସର୍କିଟ ଯୋଗୁ ସେ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment
Balasore Lightening Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe