Advertisment

ଟ୍ରକ୍‌ ଚକା ତଳେ ପଡ଼ିଗଲେ ଯୁବକ, ତାତିଲେ ଲୋକେ

ଏହି ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ ଟ୍ରକଟିରେ ନିଆଁ ଲଗାଇ ଦେଇଥିଲେ।

author-image
Niharika Rout
Truck Fire

Truck Fire

ଟ୍ରକ୍‌ ଚକା ତଳେ ପଡ଼ି ଆଖି ବୁଜିଲେ ଯୁବକ । ଗାଡ଼ି ଚକା ତଳେ ପଡିବାରୁ ଆଖି ପିଛୁଳାକେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ସଦର ଥାନା ବାଂଶପାଳ ବ୍ଲକ ଅଧୀନ ଏକ ଘରୋଇ ପ୍ଲାଣ୍ଟ ନିକଟରେ ଘଟିଛି। ମୃତକ ହେଲେ ସ୍ଥାନୀୟ ବିନିନ୍ଦା ଗ୍ରାମର ସନ୍ତୋଷ ଦେହୁରୀ ।

Advertisment

ସନ୍ତୋଷ ନିଜ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ଗତ ରାତିରେ ଦ୍ରୁତ ଗତିରେ ଆସୁଥିବା ଏକ ୧୪ ଚକିଆ ଟ୍ରକ୍ ରାୟଗୋଡା ପଞ୍ଚାୟତ ସ୍ଥିତ ଏକ ଘରୋଇ ପ୍ଲାଣ୍ଟ ନିକଟରେ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହେବା ସହ ତାତି ଯାଇଥିଲେ। ଏହାପରେ ସେମାନେ ଟ୍ରକଟିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଟ୍ରକଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଟ୍ରକ୍‌ ଡ୍ରାଇଭରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି ।

Advertisment

ଖବର ପାଇ ପୁଲିସ୍‌ ଘଟଣାସ୍ଥଳେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା । ଏହାପରେ ଉତ୍ତେଜନା ପ୍ରଶମିତ ହେବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। 

Keonjhar Road Accident