Electric shock
ବିଦ୍ୟୁତ ଖୁଣ୍ଟରେ ଚଢ଼ି ମରାମତି କରୁଥିଲେ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଶ୍ରଦ୍ଧାପୂର ଗାଁର ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଶ୍ରଦ୍ଧାପୁର ଗାଁର ଯୁବକ ଧନଞ୍ଜୟ। ତାଙ୍କୁ ୪୫ ବର୍ଷ ହୋଇଥିଲା।
ଧନଞ୍ଜୟ ବିଦ୍ୟୁତ ଖୁଣ୍ଟରେ ଚଢ଼ି ମରାମତି କରୁଥିଲେ। ଏହି ସମୟରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ବିଦ୍ୟୁତ ଖୁଣ୍ଟରୁ ତଳକୁ ଖସି ପଡ଼ିଥିଲେ। ଗ୍ରାମବାସୀ ଧନଞ୍ଜୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହାସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1714708016.jpg)