Advertisment

ବର୍ଷା ପୂର୍ବରୁ ଇଟାଭାଟିକୁ ଯାଇଥିଲେ, ବଜ୍ରପାତରେ ଚାଲିଗଲା ଜୀବନ

ଆଜି ମଧ୍ୟାହ୍ନରେ ଝାଞ୍ଜିମୁଣ୍ତାରେ କାଳବୈଶାଖୀ ବର୍ଷା ହୋଇଥିଲା।

Police

Police

Advertisment

ନୂଆପଡ଼ା ଜିଲ୍ଲା ସଦର ଥାନା ଝାଞ୍ଜିମୁଣ୍ତା ଗାଁରେ ଆଜି ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ହେମସିଂ ମାଝି। ତାଙ୍କୁ ୩୦ ବର୍ଷ ହୋଇଥିଲା।

Advertisment

ଆଜି ମଧ୍ୟାହ୍ନରେ ଝାଞ୍ଜିମୁଣ୍ତାରେ କାଳବୈଶାଖୀ ବର୍ଷା ହୋଇଥିଲା। ବର୍ଷା ଆରମ୍ଭ ହେବା ପୂର୍ବରୁ ହେମସିଂ ନିଜ ଇଟା ଭାଟିକୁ ଯାଇଥିଲେ। ସେ ଇଟାଗୁଡ଼ିକ ଉପରେ ପଲିଥିନ୍ ଘୋଡ଼ାଉ ଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ସେଠାରେ ହିଁ ହେମସିଂଙ୍କ ମୃତ୍ୟୁ ଘଟିଥିଲା। ସଦର ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସୂଚନାଯୋଗ୍ୟ, ଗତକାଲି ବଜ୍ରପାତରେ ମୟୂରଭଞ୍ଜ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱରରେ ଟଳି ପଡ଼ିଥିଲେ ଜଣେ ଯୁବକ। ସେହିପରି ଏହି ଦୁଇ ଜିଲ୍ଲାରେ ବଜ୍ରପାତରେ ଦୁଇ ଜଣ ଆହତ ହୋଇଥିଲେ।

Advertisment

ନୂଆପଡ଼ାରୁ ମାୟାଧର ସରାଫଙ୍କ ରିପୋର୍ଟ

Lightning Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe