Advertisment

ହାଇଓ୍ବା ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିକଲେ ପରିବାର ଲୋକ

ରାସ୍ତାରେ ଯିବା ବେଳେ ନନ୍ଦପୁର ଥାନା ଅନ୍ତର୍ଗତ ମାଳିପେଟା ଗାଁ ନିକଟ ମୁଖ୍ୟ ରାସ୍ତାରେ ହାଇଓ୍ବା ସହିତ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା।

ଅଦ୍ୟତନ ହୋଇଛି
Hiwba

Hiwba

Advertisment

ହାଇଓ୍ବା ଧକ୍କାରେ ଯୁବକ ମୃତ। ମୃତଯୁବକ ଜଣଙ୍କ ହେଲେ ଜ୍ୟୋତିନ୍ଦ୍ର କୂଳଦୀପ। ତାଙ୍କ ଘର ହେଉଛି କୋରାପୁଟ ଜିଲ୍ଲାର ମୁସିଲମୁଣ୍ଡା ଗାଁରେ। ପରିବା ଲୋକ କ୍ଷତିପୂରଣ ଦାବିରେ ମେଡିକାଲରେ ଧାରଣାରେ ବସିଛନ୍ତି। ପୁଲିସ ପହଞ୍ଚି ବୁଝାସୁଝା କରୁଛି।

Advertisment

ଜ୍ୟୋତିନ୍ଦ୍ର ଓ ଆଶିଷ ସୋମବାର (ଗତକାଲି) ସନ୍ଧ୍ୟାବେଳେ ଗୋଟିଏ ବାଇକରେ ଘରକୁ ଯାଉଥିଲେ। ରାସ୍ତାରେ ଯିବା ବେଳେ ନନ୍ଦପୁର ଥାନା ଅନ୍ତର୍ଗତ ମାଳିପେଟା ଗାଁ ନିକଟ ମୁଖ୍ୟ ରାସ୍ତାରେ ହାଇଓ୍ବା ସହିତ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଜ୍ୟୋତିନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଆଶିଷ ଗୁରୁତର ଆହତ ହୋଇଛନ୍ତି। ଏନେଇ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଗୁରୁତର ହୋଇଥିବା ଆଶିଷଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ପରିବାର ଲୋକ ଖବର ପାଇ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ମେଡିକାଲରେ ପହଞ୍ଚି ଧାରଣାରେ ବସିଛନ୍ତି। ଯେ ପଯ୍ୟନ୍ତ କ୍ଷତିପୂରଣ ନମିଳିଛି ମୃତଦେହ ବ୍ୟବଚ୍ଚେଦ ହୋଇ ପାରିବ ନାହିଁ ବୋଲି କହିଛନ୍ତି ପରିବାର ଲୋକ। ପୁଲିସ ମେଡିକାଲରେ ପହଞ୍ଚି ମୃତକ ପରିବାରକୁ ବୁଝାସୁଝା କରୁଛି।

Advertisment

ଦୁର୍ଘଟଣା ପରେ ହାଇଓ୍ବା ଛାଡ଼ି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଥିଲା। ପୁଲସ ହାଇଓ୍ବା ଡ୍ରାଇଭରକୁ ଧରିବାକୁ ତଦନ୍ତ ଆରମ୍ଭ କରିଛି। ହେଲେ ଏଯାବତ ଘଟଣାର କୌଣସି ସମାଧାନ ହୋଇନାହିଁ।

Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe