ସାଙ୍ଗଙ୍କ ସହ ଭୋଜି ପାଇଁ ଯାଇଥିଲେ ଯୁବକ, ନଦୀରୁ ମିଳିଲା ମୃତଦେହ

ସାଙ୍ଗଙ୍କ ସହ ଭୋଜି କରିବାକୁ ଯିବା ହେଲା କାଳ। ହସଖୁସିରେ ମାତି ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ଯୁବକ । 

କିଶନଚାନ୍ଦ ଭୂୟାଁ

  • Published: Saturday, 06 April 2024
  • , Updated: 06 April 2024, 08:58 AM IST

ସାଙ୍ଗଙ୍କ ସହ ଭୋଜି କରିବାକୁ ଯିବା ହେଲା କାଳ। ହସଖୁସିରେ ମାତି ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ଯୁବକ । ଆଉ ଲିଭିଗଲା ଜୀବନ ଦୀପ । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ସାହିର କିଶନଚାନ୍ଦ ଭୂୟାଁ ।

କିଶନ ନିଜ ସାଙ୍ଗମାନଙ୍କ ସହ କାନପୁରା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିଚାନାଳୀଠାରେ ଥିବା ରାମିଆଳ ନଦୀ କୂଳକୁ ଭୋଜି କରିବା ପାଇଁ ଯାଇଥିଲେ l ସେଠାରେ ଭୋଜି ସାରିବା ପରେ ସେ ସାଙ୍ଗମାନଙ୍କ ସହ ନଦୀରେ ଗାଧୋଉଥିଲେ। ମାତ୍ର ହଠାତ ସେ ପାଣିରେ ନିଖୋଜ ହୋଇଯାଇଥିଲେ l ସାଙ୍ଗସାଥୀମାନେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କିଶନଙ୍କୁ ନ ପାଇବାରୁ କାମାକ୍ଷାନଗର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l

ଅଗ୍ନିଶମବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ଚାରି ଘଣ୍ଟା ଖୋଜାଖୋଜି କରିବା ପରେ କିଶନଙ୍କୁ ଉଦ୍ଧାର କରିଥିଲେ। ପରେ ତୁରନ୍ତ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

କିଶନ ତାଙ୍କ ବାପା, ମାଙ୍କ ଏକମାତ୍ର ପୁଅ ଥିବାବେଳେ ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି।

Related story