Advertisment

ସାଙ୍ଗଙ୍କ ସହ ସମୁଦ୍ରକୁ ଯାଇଥିଲେ ଯୁବକ, ମିଳୁନି ପତ୍ତା

ଗତକାଲି ସଂଧ୍ୟାରେ ହେମନ ତାଙ୍କ ୪ରୁ ୫ ଜଣ ସାଙ୍ଗଙ୍କ ସହ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ହେମନ ପାଣିରେ ଭାସି ଯାଇଥିଲେ।

ଅଦ୍ୟତନ ହୋଇଛି
Sea

Sea

Advertisment

ଗଞ୍ଜାମ ଜିଲା ଛତ୍ରପୁର ନିକଟସ୍ଥ ଆର୍ଜିପଲ୍ଲୀ ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକ ଜଣକ ହେଲେ କେ. ଆର୍ଯ୍ୟପଲ୍ଲୀ ଗ୍ରାମର ୨୨ବର୍ଷୀୟ ହେମନସେନ ବେହେରା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Advertisment

ଗତକାଲି ସଂଧ୍ୟାରେ ହେମନ ତାଙ୍କ ୪ରୁ ୫ ଜଣ ସାଙ୍ଗଙ୍କ ସହ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ହେମନ ପାଣିରେ ଭାସି ଯାଇଥିଲେ।

ଖବର ପାଇ ତୁରନ୍ତ ଓ ଓଡ୍ରାଫ ବିଭାଗର ଅଧିକାରୀ, ଅଗ୍ନିଶମ କର୍ମଚାରୀ ପ୍ରମୁଖ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଛତ୍ରପୁର ଏସ୍‌ଡିପିଓ , ଆର୍ଯ୍ୟପଲ୍ଲୀ ଥାନା ପୁଲିସ ପ୍ରମୁଖ ଉପସ୍ଥିତ ଅଛନ୍ତି। ହେମନସେନଙ୍କୁ ଖୋଜିବାକୁ ସମୁଦ୍ର ଉପରେ କୋଷ୍ଟଗାର୍ଡ ହେଲିକପ୍ଟର ବି ପଇଁତରା ମାରୁଛି। ଏହାସତ୍ତ୍ୱେ ହେମନସେନଙ୍କ ପତ୍ତା ମିଳି ପାରିନି। ପୁଅକୁ ନ ପାଇ ପରିବାର ଲୋକେ ସମୁଦ୍ର କୂଳରେ ଜଗି ରହିଛନ୍ତି।

Advertisment
Ganjam Drown Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe