ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଗଲେ ଯୁବକ । ବହୁ ଖୋଜାଖୋଜି ପରେ ବି ମିଳୁନି ପତ୍ତା। ଏପରି ଏକ ଅଘଟଣ ଆଜି ସକାଳେ ପୁରୀରେ ଘଟିଛି । ନିଖୋଜ ଯୁବକଜଣକ ଯାଜପୁର ଜିଲ୍ଲା ବିଞ୍ଛାରପୁର ବ୍ଲକ ଉତ୍ତମପୁର ଅଞ୍ଚଳର ପ୍ରିୟାଂଶୁ ବେହେରା ବୋଲି ଜଣାଯାଇଛି।
ଆଜି ସକାଳେ ପ୍ରିୟାଂଶୁ ନିଜ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ। ଦିଗବାରେଣୀ ଛକ ସମ୍ମୁଖ ସମୁଦ୍ରରେ ସେମାନେ ସ୍ନାନ କରୁଥିଲେ। ତେବେ ଏକ ବଡ଼ ଲହଡ଼ି ଆସିବା ଯୋଗୁ ପ୍ରିୟାଂଶୁ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ।
ସେଠାରେ ତାଙ୍କ ସାଙ୍ଗମାନେ ଚିତ୍କାର କରିବା ସହ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଦୀର୍ଘ ସମୟ ଧରି ସମୁଦ୍ର ଭିତରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରିୟାଂଶୁଙ୍କ କୌଣସି ପତ୍ତା ମିଳିନାହିଁ।
Also Read
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଡ୍ୟୁଟିକୁ ଯାଉଥିଲେ; ୨ ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ୍
ଦୁର୍ଘଟଣାପରେ ଗାଡ଼ି ନେଇ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି।
Accident
ଫେରିନି ମୋ ସାନ ଭାଇ...
ଡଙ୍ଗା ଦୁର୍ଘଟଣାରେ ଏବେ ବି ନିଖୋଜ ଥିବା ଦୁଇ ଜଣଙ୍କ ମଧ୍ୟରେ ଅଛନ୍ତି ହଂସରାମ ଭଟି। ହସ୍ପିଟାଲରୁ ହସ୍ପିଟାଲ ବୁଲି ସାନ ଭାଇକୁ ଖୋଜୁଛନ୍ତି ବଡ଼ ଭାଇ ଜୋଗାରାମ।
Accident
ବାଇକ୍କୁ ପଛରୁ ପିଟିଲା ଟ୍ରକ୍; ମା’ପୁଅ ମୃତ, ବାପା ଗୁରୁତର
ଘଟଣାସ୍ଥଳରେ ମା’ର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ପୁଅକୁ ମୃତ ଘୋଷଣା କରିଥିଲେ ଡାକ୍ତର।
Accident
ଦୋକାନରେ ଲାଗିଲା ନିଆଁ, ଜଣେ ଗୁରୁତର
ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି। ଦୋକାନରେ ହଠାତ୍ ନିଆଁ ଲାଗି ଯାଇଥିବା ବେଳେ ଭିତରେ ଥିବା ପ୍ଳାଷ୍ଟିକ ସାମଗ୍ରୀ ଜଳି ଯାଇଥିଲା।