Advertisment

ସାଙ୍ଗଙ୍କ ସହ ସମୁଦ୍ରରେ ଗାଧୋଉଥିଲେ, ଭାସିଗଲେ ଯୁବକ

ସମୁଦ୍ରରେ ସ୍ନାନ ବେଳେ ବୁଡିଗଲେ ଯୁବକ । ବହୁ ଖୋଜାଖୋଜି ପରେ ବି ମିଳୁନି ପତ୍ତା।

Missing

Missing

Advertisment

ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଗଲେ ଯୁବକ । ବହୁ ଖୋଜାଖୋଜି ପରେ ବି ମିଳୁନି ପତ୍ତା। ଏପରି ଏକ ଅଘଟଣ ଆଜି ସକାଳେ ପୁରୀରେ ଘଟିଛି । ନିଖୋଜ ଯୁବକଜଣକ ଯାଜପୁର ଜିଲ୍ଲା ବିଞ୍ଛାରପୁର ବ୍ଲକ ଉତ୍ତମପୁର ଅଞ୍ଚଳର ପ୍ରିୟାଂଶୁ ବେହେରା ବୋଲି ଜଣାଯାଇଛି।

Advertisment

ଆଜି ସକାଳେ ପ୍ରିୟାଂଶୁ ନିଜ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ। ଦିଗବାରେଣୀ ଛକ ସମ୍ମୁଖ ସମୁଦ୍ରରେ ସେମାନେ ସ୍ନାନ କରୁଥିଲେ। ତେବେ ଏକ ବଡ଼ ଲହଡ଼ି ଆସିବା ଯୋଗୁ ପ୍ରିୟାଂଶୁ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ‌।

ସେଠାରେ ତାଙ୍କ ସାଙ୍ଗମାନେ ଚିତ୍କାର କରିବା ସହ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଦୀର୍ଘ ସମୟ ଧରି ସମୁଦ୍ର ଭିତରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରିୟାଂଶୁଙ୍କ କୌଣସି ପତ୍ତା ମିଳିନାହିଁ।

Advertisment
Puri Drowning Missing Son
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe