Advertisment

ମଇଁଷିଙ୍କୁ ଗାଧୋଇ ଦେଉଥିଲେ ଯୁବକ, କେନାଲରେ ବୁଡ଼ିଗଲେ

ଭୁବନେଶ୍ୱର ଚକେଇସିଆଣି ନିକଟ ଗଙ୍ଗୁଆ କେନାଲରେ ଗତକାଲି ଏହି ଅଘଟଣ ଘଟିଛି। ମୃତ ଯୁବକ ଜଣକ ସ୍ଥାନୀୟ ପଥରବନ୍ଧ ବସ୍ତିର ଦିପୁନା ବେହେରା।

Drown

Drown

Advertisment

ଗଙ୍ଗୁଆ କେନାଲରେ ବୁଡ଼ିଗଲେ ଯୁବକ । ଉଦ୍ଧାର ହେଲା ମୃତଦେହ। ଭୁବନେଶ୍ୱର ଚକେଇସିଆଣି ନିକଟ ଗଙ୍ଗୁଆ କେନାଲରେ ଗତକାଲି ଏହି ଅଘଟଣ ଘଟିଛି। ମୃତ ଯୁବକ ଜଣକ ସ୍ଥାନୀୟ ପଥରବନ୍ଧ ବସ୍ତିର ଦିପୁନା ବେହେରା।

Advertisment

ଦିପୁନା ଗତକାଲି ଅପରାହ୍ନରେ ନିଜ ମଇଁଷିଙ୍କୁ ଗାଧୋଇ ଦେବାକୁ ଗଙ୍ଗୁଆ କେନାଲକୁ ନେଇଥିଲେ। କେନାଲ ଭିତରେ ମଇଁଷି ପଲକୁ ଗାଧୋଇବା ବେଳେ ତାଙ୍କ ବନ୍ଧୁ ମୋବାଇଲରେ ତାର ଭିଡିଓ ବି କରିଥିଲେ। ତେବେ ହଠାତ୍ ଦିପୁନା କେନାଲରେ ବୁଡି ଯାଇଥିଲେ।

ଏହାପରେ ତାଙ୍କ ସାଙ୍ଗ ଚିତ୍କାର କରି ଅନ୍ୟମାନଙ୍କୁ ଡାକିଥିଲେ। କେନାଲ କୂଳରୁ ଦିପୁନାଙ୍କ ମୋବାଇଲ ଓ ଚପଲ ମିଳିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।

Advertisment

ସେମାନେ କେନାଲ ଭିତରେ ପ୍ରାୟ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇ ଦିଆଯାଇଛି। ମଞ୍ଚେଶ୍ୱର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Bhubaneswar Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe