Advertisment

ସାଙ୍ଗଙ୍କୁ ବଞ୍ଚାଇବାକୁ ନଦୀକୁ ଡେଇଁ ପଡ଼ିଲେ ଯୁବକ, ମିଳୁନି ପତ୍ତା

ଜଳଲାଗି ନିମନ୍ତେ ପାଣି ଉଠାଇବାକୁ ଆସି ଭାସିଗଲେ ଯୁବକ । ନିଜ ସାଙ୍ଗଙ୍କୁ ବଞ୍ଚାଇବାକୁ ଯୁବକଜଣକ ନିଜେ ନଦୀର ସୁଅକୁ ଡେଇଁ ପଡ଼ିଥିଲେ। ସାଙ୍ଗ ବଞ୍ଚି ଯାଇଥିବା ବେଳେ ଗତକାଲିଠୁ ଯୁବକଙ୍କ ପତ୍ତା ମିଳୁନି।

author-image
Niharika Rout
Rescue Operation

Rescue Operation

ଜଳଲାଗି ନିମନ୍ତେ ପାଣି ଉଠାଇବାକୁ ଆସି ଭାସିଗଲେ ଯୁବକ । ନିଜ ସାଙ୍ଗଙ୍କୁ ବଞ୍ଚାଇବାକୁ ଯୁବକଜଣକ ନିଜେ ନଦୀର ସୁଅକୁ ଡେଇଁ ପଡ଼ିଥିଲେ। ସାଙ୍ଗ ବଞ୍ଚି ଯାଇଥିବା ବେଳେ ଗତକାଲିଠୁ ଯୁବକଙ୍କ ପତ୍ତା ମିଳୁନି। ଏପରି ଏକ ଅଭାବନୀୟ ଘଟଣା କଟକ ମହାନଦୀର ଗଡ଼ଗଡିଆ ଘାଟରେ ଘଟିଛି।

Advertisment

ନିଖୋଜ ଯୁବକଜଣକ ହେଲେ ଭୁବନେଶ୍ୱର ପଟିଆ ଅଞ୍ଚଳର ସୌମ୍ୟରଞ୍ଜନ ପାତ୍ର । ଗତକାଲି ସୌମ୍ୟଙ୍କ ସହ ପ୍ରାୟ ୧୨ ଜଣ ପାଣି ଉଠାଇବା ନିମନ୍ତେ କଟକ ଗଡ଼ଗଡ଼ିଆ ଘାଟକୁ ଯାଇଥିଲେ। ମାତ୍ର ସେମାନେ ବାରଣ ହୋଇଥିବା ସ୍ଥାନରୁ ପାଣି ଉଠାଇବାକୁ ଯାଇଥିଲେ। ଉକ୍ତ ସମୟରେ ସୌମ୍ୟଙ୍କ ଜଣେ ସାଙ୍ଗ ନଦୀରେ ଭାସିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ସୌମ୍ୟ ବି ନଦୀର ସୁଅ ମୁହଁକୁ ଡେଇଁ ପଡ଼ିଥିଲେ।

କଟକ ମହାନଦୀର ଗଡ଼ଗଡିଆ ଘାଟରେ ଗତକାଲି ଭାସି ଯାଇ ନିଖୋଜ ହୋଇ ଯାଇଥିବା ଜଣେ କାଉଡିଆଙ୍କ ପତ୍ତା ମିଳୁନି। ପାଣି ଉଠାଇବା ସମୟରେ ରବିବାର ସନ୍ଧ୍ୟାରେ ଜଣେ କାଉଡ଼ିଆ ପାଣିରେ ଭାସି ନିଖୋଜ ହୋଇଯାଇଥିବା ବେଳେ ଆଜି ଯାଏ ତାଙ୍କ ପତ୍ତା ମିଳିନି। ନିଖୋଜ ଯୁବକ ଜଣକ ଭୁବନେଶ୍ୱର ପଟିଆ ଅଞ୍ଚଳର ସୌମ୍ୟରଞ୍ଜନ ପାତ୍ର ବୋଲି ଜଣାପଡିଛି।

Advertisment

ଗତକାଲି ସାଙ୍ଗମାନଙ୍କ ସହ ମିଶି ସୌମ୍ୟରଞ୍ଜନ ଗଡ଼ଗଡିଆ ଘାଟକୁ ଜଳଲାଗି ପାଇଁ ପାଣି ଉଠାଇବାକୁ ଆସିଥିଲେ। ନିଜର ଅନ୍ୟଜଣେ ବନ୍ଧୁ ନଦୀରେ ଭାସିଯାଉଥିବା ଦେଖି ସୌମ୍ୟ ନଦୀକୁ ଡେଇଁପଡିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ମତ୍ସ୍ୟଜୀବୀ ସୌମ୍ୟଙ୍କ ବନ୍ଧୁ ଜ୍ୟୋତିଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସୌମ୍ୟଙ୍କୁ ଉଦ୍ଧାର କରିପାରିନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ସୌମ୍ୟରଞ୍ଜନଙ୍କ ପତ୍ତା ମିଳିନଥିବା ଜଣାପଡିଛି।

ଉଦ୍ଧାର କାର୍ଯ୍ୟରେ ପ୍ରାୟ ୨,୩ ଘଣ୍ଟା ବିଳମ୍ବ ହେବାରୁ ଓ ପ୍ରଥମେ ପୁଲିସ୍‌ ଏହାକୁ ଗୁରୁତ୍ୱ ନ ଦେବାରୁ ସୌମ୍ୟଙ୍କ ପତ୍ତା ମିଳି ପାରୁନି ବୋଲି ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

ଏନେଇ ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି, ଗତକାଲି ସୂଚନା ପାଇବା ପରେ ତୁରନ୍ତ ଆମେ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲୁ। ରାତି ସାଢେ ୧୦ ପର୍ଯ୍ୟନ୍ତ ଖୋଜାଖୋଜି ଚାଲିଥିଲା। ଏହାପରେ ଆଜି ସକାଳ ସାଡେ ୬ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଅଗ୍ନିଶମ ବିଭାଗର ୨ ଟିମ୍‌ ଓ ଓଡ୍ରାଫର ଗୋଟିଏ ଟିମ୍‌ ରେସକ୍ୟୁ ଅପରେସନରେ ସାମିଲ ହୋଇଛନ୍ତି ବୋଲି ସେ କହିଛନ୍ତି।

Cuttack Drown Case