/odisha-reporter/media/post_attachments/uploadimage/library/16_9/16_9_0/puri_1698223304.jpg)
puri
ଗାଧୋଇଲା ବେଳେ ସମୁଦ୍ରରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ପୁରୀ ଲାଇଟ ହାଉସ ସମୁଦ୍ର ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ଅର୍ଚିତ ବାନାର୍ଜୀ।ତାଙ୍କ ଘର ପଶ୍ଚିମବଙ୍ଗ ବାଙ୍କୁଡାର ବୋଲି ଜଣାପଡ଼ିଛି।
Advertisment
ଅର୍ଚିତ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ। ଆଜି ସକାଳେ ଗାଧୋଇବା ପାଇଁ ସମୁଦ୍ରକୁ ଯାଇଥିଲେ। ଗାଧୋଇଲା ବେଳେ ଏକ ବଡ଼ ଲହଡି ଆସିଥିଲା। ଅର୍ଚିତ ସେହି ଲହଡିରେ ଭାସି ଯାଇଥିଲେ। ଅର୍ଚିତ ସମୁଦ୍ରରେ ଭାସିଯାଇଥିବା ନେଇ ପରିବାର ଲୋକ ଲାଇଫଗାର୍ଡଙ୍କୁ ଜଣାଇଥିଲେ।
ଲାଇଫଗାର୍ଡ ଖୋଜାଖୋଜି କରି ଅର୍ଚିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଅର୍ଚିତଙ୍କୁ ମୃତ ଘୋଷଣା କରିଥିଲେ। ଅର୍ଚିତଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
