Advertisment

ଗାଧୋଉଥିଲେ; ଯୁବକଙ୍କୁ ଟାଣିନେଲା ଲହଡ଼ି

ଅର୍ଚିତ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ।

puri

puri

Advertisment

ଗାଧୋଇଲା ବେଳେ ସମୁଦ୍ରରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ପୁରୀ ଲାଇଟ ହାଉସ ସମୁଦ୍ର ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ଅର୍ଚିତ ବାନାର୍ଜୀ।ତାଙ୍କ ଘର ପଶ୍ଚିମବଙ୍ଗ ବାଙ୍କୁଡାର ବୋଲି ଜଣାପଡ଼ିଛି।

Advertisment

ଅର୍ଚିତ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ। ଆଜି ସକାଳେ ଗାଧୋଇବା ପାଇଁ ସମୁଦ୍ରକୁ ଯାଇଥିଲେ। ଗାଧୋଇଲା ବେଳେ ଏକ ବଡ଼ ଲହଡି ଆସିଥିଲା। ଅର୍ଚିତ  ସେହି ଲହଡିରେ ଭାସି ଯାଇଥିଲେ। ଅର୍ଚିତ ସମୁଦ୍ରରେ ଭାସିଯାଇଥିବା ନେଇ ପରିବାର ଲୋକ ଲାଇଫଗାର୍ଡଙ୍କୁ ଜଣାଇଥିଲେ।

ଲାଇଫଗାର୍ଡ ଖୋଜାଖୋଜି କରି ଅର୍ଚିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଅର୍ଚିତଙ୍କୁ ମୃତ ଘୋଷଣା କରିଥିଲେ।  ଅର୍ଚିତଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe