Advertisment

ଗଛରୁ ପଡ଼ିଗଲେ ଯୁବକ; ପେଟରେ ଡାଳ ପଶି ପିଠିରେ ବାହାରିଲା

ଗଛ ଉପରକୁ ଚଢି ଚଢେଇ ଧରିବା କାଳ ହେଲା । ଭାରସାମ୍ୟ ହରାଇ ତଳେ ପଡିଗଲେ ଯୁବକ । ଫଳରେ ପେଟ ପଟେ ଡାଳ ପଶି ପିଠିପଟେ ବାହାରିଛି ।

Hospital

Hospital

Advertisment

ଗଛ ଉପରକୁ ଚଢି ଚଢେଇ ଧରିବା କାଳ ହେଲା । ଭାରସାମ୍ୟ ହରାଇ ତଳେ ପଡିଗଲେ ଯୁବକ । ଫଳରେ ପେଟ ପଟେ ଡାଳ ପଶି ପିଠିପଟେ ବାହାରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଂଚଳର ବଇଦା ଖଡ଼ି ଗାଁରେ।

Advertisment

ଗୁରୁତ୍ୱର ଯୁବକଜଣକ ହେଉଛନ୍ତି ସୁବାସ ମାରାଣ୍ଡି । ସୁବାସ ମାରାଣ୍ଡି ଗତ ସନ୍ଧ୍ୟାରେ ଗାଁ ପାଖ ଜଙ୍ଗଲକୁ ଚଢ଼େଇ ଧରିବାକୁ ଯାଇଥିଲେ। ମାତ୍ର ସେଠାରେ ସେ ଏକ ଗଛରେ ଚଢ଼ିଥିବା ବେଳେ ଅସବାଧାନତାବଶଃତ ତଳକୁ ଖସି ଯାଇଥିଲେ। 

ଉକ୍ତ ସମୟରେ ଗଛର ଏକ ଡାଳ ତାଙ୍କ ପେଟରେ ପଶି ପିଠି ପଟେ ବାହାରିଛି। ସୁବାସଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ କପ୍ତିପଦା ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତର ହେବାରୁ ସେଠାରୁ ତାଙ୍କୁ ବାରିପଦାସ୍ଥିତି ପଣ୍ଡିତ ରଘୁନାଥ ମୁର୍ମୂ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। 

Advertisment
Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe