କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକଙ୍କର ନଦୀରେ ବୁଡ଼ି ମୃତ୍ୟୁ ଘଟିଛି। ତାଙ୍କ ନାଁ ରୂପକ ବାନାର୍ଜୀ (୨୧)। ସେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ କରୁଥିଲେ। ତାଙ୍କ ଘର କଟକର ସିଡିଏ-୬ରେ।
Also Read
ସଂପର୍କୀୟଙ୍କ ସୂଚନା ଅନୁଯାୟୀ, ୧୦ ଦିନ ତଳେ ରୂପକଙ୍କ ଜେଜେଙ୍କ ଦେହାନ୍ତ ହୋଇଯାଇଥିଲା। ଆଜି ଦଶତୁଠ ଶୁଦ୍ଧି କାମ ପାଇଁ ସମସ୍ତେ ହାତୀଗଡ଼ା ଘାଟକୁ ଆସିଥିଲେ। ସମସ୍ତେ ଶୁଦ୍ଧି କାମରେ ଯୋଗ ଦେଇ ନଦୀରେ ଗାଧୋଉଥିବା ବେଳେ ରୂପକ ଅଚାନକ ନଦୀକୂଳରେ ଥିବା ଏକ ଉଚ୍ଚସ୍ଥାନରୁ ନଦୀକୁ ଡେଇଁ ପଡ଼ିଥିଲେ। ତା’ପରେ ସେ ନିଖୋଜ ହୋଇଯାଇଥିଲେ।
ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି କରିବା ପରେ ରୂପକ ବାନାର୍ଜୀଙ୍କ ମୃତଦେହ ମିଳିଥିଲା। ତେବେ ସେ କାହିଁକି ନଦୀକୁ ଡେଇଁଲେ ତାହା ଜଣାପଡ଼ିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ହସ୍ପିଟାଲରେ ପିଟି ହୋଇଗଲା ହେଲିକପ୍ଟର, ୪ ମୃତ
ହେଲିକପ୍ଟରଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ହସ୍ପିଟାଲ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ଘନ କୁହୁଡ଼ି ଯୋଗୁ ଏପରି ଘଟଣା ଘଟିଥିବା କୁହାଯାଉଛି।
Accident
ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିଲେ ବାପପୁଅ; ମାଡ଼ିଗଲା ହାଇୱା
ବୀରମିତ୍ରପୁର ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କା; ୨ ମୃତ
ନବରଙ୍ଗପୁର ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ
୨୦୧୭ ମସିହାର ଏକ ପୋକ୍ସୋ ମାମଲାରେ ଗୁରୁଦେବଙ୍କ ନାଁରେ ବଲାଙ୍ଗିର ପକ୍ସୋ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲା।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।