Advertisment

ଅସୁସ୍ଥ ମା’କୁ ମେଡିକାଲରେ ଭର୍ତ୍ତି କରିଥିଲା ପୁଅ, କାମୁଡ଼ିଦେଲା ସାପ

ମେଡିକାଲରେ ମା’କୁ ଜଗି ରହିଥିବା ପୁଅକୁ ଚୋଟ ମାରିଲା ଚିତି ସାପ । ଏବେ ମା’ ସହ ପୁଅ ବି ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି।

Snake Bite

Snake Bite

Advertisment

ଅସୁସ୍ଥ ମା’କୁ ଭଲ କରିବା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିଲା ପୁଅ। ଆଉ ନିଜେ ବି ମା’ ପାଖେ ପାଖେ ରହି ସେବା କରୁଥିଲା। ହେଲେ ମେଡିକାଲରେ ମା’କୁ ଜଗି ରହିଥିବା ପୁଅକୁ ଚୋଟ ମାରିଲା ଚିତି ସାପ । ଏବେ ମା’ ସହ ପୁଅ ବି ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମେଡିକାଲ୍‌ରେ ଘଟିଛି।

Advertisment

ଗହଳମୁଣ୍ଡା ଗାଁର ପେଲଙ୍ଗ ମୁଣ୍ଡା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆନନ୍ଦପୁ ମେଡିକାଲ ବାରଣ୍ଡାରେ ଚିକିତ୍ସାଧୀନ ଥିଲେ। ମେଡିକାଲରେ ମା’କୁ ଜଗି ରହିଥିଲେ ୨୩ ବର୍ଷୀୟ ପୁଅ ବାଜୁ ଚମ୍ପିୟା।

ମାତ୍ର ଗତକାଲି ମଧ୍ୟ ରାତ୍ରୀରେ ତାଙ୍କୁ ଏକ ଚିତି ସାପ କାମୁଡ଼ି ଦେଇଥିଲା। ଏହାପରେ ତୁରନ୍ତ ମେଡିକାଲରେ ତାଙ୍କୁ ଚିକିତ୍ସା କରାଯାଇଥିଲା। ଏବେ ସେ ସୁସ୍ଥ ଥିବା ଜଣାଯାଇଛି।

Advertisment

ତେବେ ମା’ଙ୍କୁ ଚିକିତ୍ସା ପାଇଁ ଆଣିଥିବା ଜଣେ ଆଦିବାସୀ ଯୁବକଙ୍କୁ ସାପ କାମୁଡ଼ିବା ଖବର ପ୍ରଚାରିତ ହେବା ପରେ ସମଗ୍ର ମେଡିକାଲରେ ଭୟର ବାତାବରଣ ଖେଳି ଯାଇଛି।

Keonjhar Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe