Advertisment

ରାତି ଅଧରେ ମହାନଦୀକୁ ଡେଇଁଲେ ଯୁବକ; ମିଳୁନି ପତ୍ତା

ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣଙ୍କ ଆସି ମହାନଦୀକୁ ଡେଇଁ ପଡ଼ିଥିଲେ।

ଅଦ୍ୟତନ ହୋଇଛି
Drowning

Drowning

Advertisment

ରାତି ଅଧରେ ଯୋବ୍ରା ନିକଟ ମହାନଦୀକୁ ଡେଇଁ ପଡିଲେ ଯୁବକ। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ନିଖୋଜ ଯୁବକ ଜଣକ ହେଲେ କଟକ ସ୍ଥିତ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ। ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣଙ୍କ ଆସି ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ରାତି ହୋଇଥିବାରୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରି ନଥିଲେ।

ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ତେବେ ଯୁବକ ଜଣଙ୍କ କାହିଁକି ମହାନଦୀକୁ ଡେଇଁଲେ,ଏହା ପଛରେ କେଉଁ କାରଣ ଅଛି ତାହା ଜଣାପଡ଼ି ନାହିଁ। ଯୋବ୍ରା ବ୍ରିଜ ଉପରେ ଯୁବକଙ୍କ ଟୋପି ଓ ଚପଲ ପଡ଼ିଛି। ଅନ୍ୟପକ୍ଷରେ ଯୁବକଙ୍କ ପରିବାର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe