Advertisment

ଜଙ୍ଗଲକୁ ଯାଇଥିଲେ ଯୁବକ, ଭାଲୁ ହାବୁଡ଼ରେ ପଡ଼ିଗଲେ

ଘରକୁ ଫେରିବା ବାଟରେ ଭାଲୁ ହାବୁଡ଼ରେ ପଡ଼ିଗଲେ। ଭାଲୁ ଆକ୍ରମଣରେ ଯୁବକଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

Bear

Bear

Advertisment

ଜାଳେଣି କାଠ ଆଣିବାକୁ ଜଙ୍ଗଲକୁ ଯାଇଥିଲେ ଯୁବକ । ମାତ୍ର ଘରକୁ ଫେରିବା ବାଟରେ ଭାଲୁ ହାବୁଡ଼ରେ ପଡ଼ିଗଲେ। ଭାଲୁ ଆକ୍ରମଣରେ ଯୁବକଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

Advertisment

ଏପରି ଏକ ଘଟଣା ଆଜି ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବରସୁଆଁ ରେଞ୍ଜ ଅଧୀନ ଜଙ୍ଗଲରେ ଘଟିଛି। ଭାଲୁ ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିବା ଯୁବକଜଣକ ହେଲେ ତିନ୍ତ ଗ୍ରାମର

ପଦୁ କାଠ ଆଣିବାକୁ ଜଙ୍ଗଲକୁ ଏକୁଟିଆ ଯାଇଥିଲେ। ସେଠାରେ ସେ ଏକ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁଟି ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିବା ସହ ମୁଣ୍ଡ ହାତ ସହ ସମ୍ପୂର୍ଣ୍ଣ ଶରୀରକୁ ଝୁଣି ଦେଇଥିଲା ।। ଫଳରେ ସେଠାରେ ସେ ଅଚେତ୍ ହୋଇ ପଡିଯିବା ପରେ ଭାଲୁଟି ଘଟଣାସ୍ଥଳରୁ ଚାଲି ଯାଇଥିଲା।

Advertisment

ଜଣେ ଗାଇ ଚରାଳି ଜଙ୍ଗଲ ଆଡକୁ ଯାଉଥିବା ବେଳେ ସେ କ୍ଷତାସ୍ତ ଅବସ୍ଥାରେ ପଦୁ ପଡ଼ିଥିବା ଦେଖି ପରିବାରବର୍ଗଙ୍କୁ ଖବର ଦେଇଥିଲେ । ପରିବାର ବର୍ଗ ଓ ଗ୍ରାମବାସୀ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରି ପ୍ରଥମେ କୋଇଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ପଦୁଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସପିଟାଲକୁ ସ୍ଥାନନ୍ତରିତ କରାଯାଇଛି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି।

Bear Attack Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe