Advertisment

କ୍ରେନ୍ ଧକ୍କାରେ ଯୁବତୀ ମୃତ

ପଛପଟୁ ଏକ କ୍ରେନ ଆସି ସୁଷମାଙ୍କ ଉପରେ ଚଢ଼ି ଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

Crane

Crane

Advertisment

କ୍ରେନ୍ ଧକ୍କା ରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଘଟଣାଟି ହେଉଛି କଟକ ରାଣୀହାଟ ମେଡ଼ିକାଲ ରୋଡରେ। ମୃତକଙ୍କ ନାଁ ହେଉଛି ସୁଷମା ସିଂ। ତାଙ୍କ ଘର ହେଉଛି କାନ୍ଦୁଝର ଜିଲ୍ଲାରେ।

Advertisment

ସୁଷମା ତାଙ୍କର ବଡ଼ ଭାଇଙ୍କ ସହ ଏସସିବି ମେଡ଼ିକାଲ ଯାଇଥିଲେ। ମେଡିକାଲରୁ କାମ ସାରି ଘରକୁ ଯିବା ପାଇଁ ବାହାରିଥିଲେ। ମଧ୍ୟାହ୍ନ ସମୟରେ ପ୍ରଚଣ୍ଡ ଖରା ଏହାରି ଭିତରେ ସୁଷମା ଓ ତାଙ୍କ ବଡ଼ ଭାଇ ସହ ମେଡ଼ିକାଲ ପଟୁ ମୋ ବସ୍ ଧରିବା ପାଇଁ ରାସ୍ତା ପାର ହେଉଥିଲେ। ସେଇ ସମୟରେ ପଛପଟୁ ଏକ କ୍ରେନ ଆସି ସୁଷମାଙ୍କ ଉପରେ ଚଢ଼ି ଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ୍ୟୁ ପରେ ଘଟଣା ସ୍ଥଳରେ ଲୋକଙ୍କ ନାହିଁ ନଥିବା ଭିଡ଼ ହୋଇ ଥିଲା। ରାସ୍ତାରେ ଗାଡ଼ି ମୋଟର ଯିବା କଷ୍ଟକର ହୋଇପଡ଼ି ଥିଲ॥ କିଛି ସମୟ ପାଇଁ ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇଥିଲା। ଏନେଇ ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପରେ ରାସ୍ତାର ଉଭୟ ପାର୍ଶ୍ୱରୁ ଲୋକଙ୍କ ଭିଡ଼ କ୍ଲିୟର କରିଥିଲା। ଏହା ପରେ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା।

Advertisment

ଦୁର୍ଘଟଣା ଘଟାଇଥିବା କ୍ରେନ୍‌ର ଡ୍ରାଇଭରକୁ ପଚରା ଉଚରା କରିବା ସହିତ ଅଧିକ ତଦନ୍ତ ପାଇଁ ପୁଲିସ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୁଲିସ।

Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe