ହୃଦୟ ବିଦାରକ, ବୀଭତ୍ସ ଓ ଛାତିଥରା ଥିଲା ସେ ଦୃଶ୍ୟ

ବଡ଼ଗଡ଼ ଥାନା କେସୁରା ଗାଁର ଲକ୍ଷ୍ମଣ ପ୍ରଧାନ। ପେଶାରେ ଜଣେ ଅଟୋ ଡ୍ରାଇଭର। ୮ ବର୍ଷ ତଳେ ବିବାହ କରିଥିଲେ ଲକ୍ଷ୍ମଣ। ତାଙ୍କର ଏବେ ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି। ଅଟୋ ଚଲାଇ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର।

Capital PhotoOR

ତିନି ଦୃଶ୍ୟ...

Manoranjan Sial
  • Published: Wednesday, 22 November 2023
  • Updated: 22 November 2023, 06:10 PM IST

Sports

Latest News

ହୃଦୟ ବିଦାରକ, ବୀଭତ୍ସ ଓ ଛାତିଥରା ଥିଲା ସେ ଦୃଶ୍ୟ। ଯାହାକୁ ଦେଖିହେବନି କି ବର୍ଣ୍ଣନା କରିହେବ ନାହିଁ। ଏତେ ନିଷ୍ଠୁର କ’ଣ ପାଇଁ ହେଲେ ଯୁବକ ଜଣକ? କ’ଣ ପାଇଁ ନେଲେ ଚରମ ନିଷ୍ପତ୍ତି? କେମିତି ସର୍ବସମ୍ମୁଖରେ ବିଚ୍‌ ରାସ୍ତାରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ? ଆଉ ତା’ପରେ ଗାଁ ଦାଣ୍ଡରେ ଚିତ୍କାର କରୁଛନ୍ତି, ବଞ୍ଚାଅ... ବଞ୍ଚାଅ...। ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏପରି ଲୋମ ଟାଙ୍କୁରା ଦୃଶ୍ୟ। ବର୍ତ୍ତମାନ ସୁଦ୍ଧା କାରଣ ଜଣାପଡ଼ି ନାହିଁ।

ବଡ଼ଗଡ଼ ଥାନା କେସୁରା ଗାଁର ଲକ୍ଷ୍ମଣ ପ୍ରଧାନ। ପେସାରେ ଜଣେ ଅଟୋ ଡ୍ରାଇଭର। ୮ ବର୍ଷ ତଳେ ବିବାହ କରିଥିଲେ ଲକ୍ଷ୍ମଣ। ତାଙ୍କର ଏବେ ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି। ଅଟୋ ଚଲାଇ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ପରିବାର ଭିତରେ ସେମିତି କିଛି ସମସ୍ୟା ନଥିଲା ବୋଲି ଚର୍ଚ୍ଚା ହେଉଛି। ତାହାହେଲେ ମଙ୍ଗବାର ଅପରାହ୍ନରେ ଲକ୍ଷ୍ମଣ କାହିଁକି ନେଲେ ଚରମ ନିଷ୍ପତ୍ତି? କ’ଣ ପାଇଁ ନିଜ ଦେହରେ ପେଟ୍ରୋଲ୍‌ ଢ଼ାଳି ନିଆଁ ଲଗାଇ ଦେଲେ?

Also Read

ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ଧଳା ରଙ୍ଗର ଏକ ସ୍କୁଟିରେ ଲକ୍ଷ୍ମଣ ଘର ପାଖରେ ପହଞ୍ଚିଥିଲେ। ସେତେବେଳେ ଗାଁ ଲୋକମାନେ ନିଜ ଘର ପିଣ୍ଡାରେ ବସିଥିଲେ। ରାସ୍ତାରେ ଲୋକମାନେ ଯିବା ଆସିବା କରୁଥିଲେ। କେହି କିଛି ବୁଝିବା ଆଗରୁ ଲକ୍ଷ୍ମଣ ନିଜ ସ୍କୁଟି ଛିଡ଼ା କରି ରାସ୍ତା ଉପରେ ଦେହରେ ପେଟ୍ରୋଲ ଢାଳି ଦେଇଥିବା ଅଭିଯୋଗ ହୋଇଥିଲା। ତା’ପରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଗାଁ ଦାଣ୍ଡରେ ଲକ୍ଷ୍ମଣ ହୁତୁହୁତୁ ହୋଇ ଜଳୁଥିଲେ। ଜୀବନ ବିକଳରେ ରାସ୍ତାର ଏପାଖ ସେପାଖ ଦୌଡ଼ୁଥିଲେ।

ଏ ଭୟଙ୍କର ଚିତ୍ର ଦେଖି ଗାଁ ଲୋକଙ୍କ ଅକଲ ଗୁଡୁମ ହୋଇଯାଇଥିଲା। ପ୍ରଥମେ ତ କିଛି ବୁଝି ପାରିନଥିଲେ। ତା’ପରେ କିଏ ଓଦା ଅଖା ଆଣି ତାଙ୍କ ଉପରେ ପକାଇଥିଲା ତ ଆଉ କିଏ ବାଲ୍‌ତିରେ ପାଣି ଆଣି ଢ଼ାଳିଥିଲେ। ନିଆଁ ଲିଭିଲା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଏକ ପ୍ରାଇଭେଟ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ ପରିବାର ଲୋକ। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଏମ୍‌ସ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ସେପଟେ ଶୁଣିବାକୁ ମିଳୁଛି, କିଛି ଦିନ ତଳେ ଲକ୍ଷ୍ମଣ ନିଜ ଶ୍ୱଶୁର ଘର ଜମି ବିକି ୩୨ ଲକ୍ଷ ଟଙ୍କା ଆଣିଥିଲେ। ସେହି ଟଙ୍କାରେ ରାତିରେ ସାଙ୍ଗମାନଙ୍କୁ ମଦ ପିଆଉଥିବା ଅଭିଯୋଗ ହେଉଛି। ଏପରିକି ବ୍ରାଉନସୁଗର ଭଳି ନିଶା ଖାଇ ଜମି ବିକା ଟଙ୍କା ଉଡ଼ାଉଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ପରିବାର ମଧ୍ୟରେ କଳହ ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ କମିଶନରେଟ୍‌ ପୁଲିସ୍‌ ଭାଇରାଲ୍‌ ହେଉଥିବା ସିସିଟିଭିକୁ ଜବତ କରି ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story