/odisha-reporter/media/post_attachments/uploadimage/library/16_9/16_9_0/Deadbody_1713507651.jpg)
Deadbody
ଯାଜପୁର ରୋଡ୍ ଥାନା ଯୋକଡ଼ିଆ ସ୍ଥିତ ଖରସ୍ରୋତା ନଦୀରେ ଗତକାଲି ଗାଧୋଇବା ସମୟରେ ଦୁଇ ଭାଇ ବୁଡି ନିଖୋଜ ଘଟଣାରେ ଆଜି ସକାଳେ ବଡ଼ ଭାଇର ମୃତଦେହ ମଳିଛି। ମୃତ ଯୁବକ ଜଣଙ୍କ ହେଲେ ଶାଶ୍ୱତ ସ୍ୱାଇଁ। ସାନ ଭାଇ ସ୍ୱାସ୍ତିକ ସ୍ୱାଇଁଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି।
Advertisment
ଗତକାଲି ଅପରାହ୍ନରେ ବ୍ୟାସନଗର ଅଞ୍ଚଳରୁ କିଛି ଯୁବକ ଯୋକଡିଆ ସ୍ଥିତ ଖରସ୍ରୋତା ନଦୀକୁ ଗାଧେଇବାକୁ ଯାଇଥିଲେ। ଗାଧେଇବା ସମୟରେ ଶାଶ୍ୱତ ସ୍ୱାଇଁ ଓ ତାଙ୍କ ସାନଭାଇ ସ୍ୱାସ୍ତିକ ବୁଡ଼ିଯାଇ ନିଖୋଜ ହେଇଯାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଦୁଇ ଭାଇଙ୍କୁ ପାଇ ନଥିଲେ।
ଆଜି ସକାଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ। ବଡ଼ ଭାଇ ଶାଶ୍ୱତର ମୃତଦେହ ମିଳିଥିବା ବେଳେ ସାନ ଭାଇ ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
