Advertisment

ସାଙ୍ଗର ଜନ୍ମଦିନ ପାଳନ କରି ଫେରୁଥିଲେ, ଚାଲିଗଲା ଯୁବକଙ୍କ ଜୀବନ

ଗତକାଲି ଆଲୋକ ତାଙ୍କ ସାଙ୍ଗ ଉଦିତ ସାଙ୍ଗର ଆକାଶ ଜନ୍ମଦିନ ପାଳନ କରି ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କରୁ ଫେରୁଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Electric shock

Electric shock

ସାଙ୍ଗର ଜନ୍ମ ଦିନ ପାଳନ କରି ଘରକୁ ଫେରୁଥିଲେ। ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ। ଏପରି ଘଟଣା ଘଟିଛି କଟକ ଜିଲ୍ଲାରେ। ମୃତକ ଜଣଙ୍କ ହେଲେ କଟକ ଷ୍ଟୃଆଟ ପାଟଣା ଅଞ୍ଚଳର ଆଲୋକ ପ୍ରଧାନ।

Advertisment

ଗତକାଲି ଆଲୋକ ତାଙ୍କ ସାଙ୍ଗ ଉଦିତ ସାଙ୍ଗର ଆକାଶ ଜନ୍ମଦିନ ପାଳନ କରି ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କରୁ ଫେରୁଥିଲେ। ଏହି ସମୟରେ ପାର୍କ ସମ୍ନାରେ ଥିବା ଇଲେକ୍ଟ୍ରି ଖୁଣ୍ଟିକୁ ଆଲୋକ ଛୁଇଁ ଦେଇଥିଲେ। ଇଲେକ୍ଟ୍ରି ଖୁଣ୍ଟି ଚାର୍ଜ ହୋଇଥିବାରୁ ଆଲୋକ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଏହାସହ ସହ ଉଦିତ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆଲୋକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଉଦିତ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Advertisment
Cuttack