Advertisment

ବିଦ୍ୟୁତ୍‌ ତାର ବିଛାଇ ମାଛ ଧରୁଥିଲେ; ଚାଲିଗଲା ଯୁବକଙ୍କ ଜୀବନ

କାମିଆଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Electric shock

Electric shock

ସାଙ୍ଗମାନଙ୍କ ସହ ମିଶି ପୋଖରୀରେ ବିଦ୍ୟୁତ୍‌ ତାର ବିଛାଇ ମାଛ ଧରୁଥିଲେ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜଣେ ଯୁବକଙ୍କ ଜୀବନ। କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଚିନ୍ତାଗୁଡ଼ା ଗାଁରେ ଏହି ଅଘଟଣ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କାମିଆ କେଣ୍ଡୁରୁକା।

Advertisment

କାମିଆ ଓ ତାଙ୍କ ସାଙ୍ଗମାନେ ପ୍ରତିଦିନ ବିଦ୍ୟୁତ ତାର ବିଛାଇ ମାଛ ଧରିଥାନ୍ତି। ଗତକାଲି ମଧ୍ୟ ଧରୁଥିଲେ। ଏହି ସମୟରେ କାମିଆ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ।

ସାଙ୍ଗମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କାମିଆଙ୍କୁ ମୃତ ଘୋଷଣା କରିଥିଲେ। କାମିଆଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Electric Shock Koraput