Advertisment

ଯୁବକଙ୍କ ଉପରେ ମାଡ଼ିଗଲା ଟ୍ରେନ

କାହିଁକି ଯୁବକ ଜଣଙ୍କ ଟ୍ରେନ ଆଗକୁ ଆସି ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ।

ଅଦ୍ୟତନ ହୋଇଛି
undefined

Train

Advertisment

ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି-ଖଲିଆପାଲି ଷ୍ଟେସନ ସହଲା ରେଳ ଫାଟକ ନିକଟରେ ଏହି  ଦୁର୍ଘଟଣା ଘଟିଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। 

Advertisment

ଗତକାଲି ରାତିରେ ଡୁଙ୍ଗୁରିପାଲି-ଖଲିଆପାଲି ଷ୍ଟେସନ ଦେଇ ଏଲେପି-ଧାନବାଦ ଏକ୍ସପ୍ରେସ  ଯାଉଥିଲା। ଏହି ସମୟରେ ଏକ ଯୁବକ ହଠାତ୍ ଟ୍ରେନ ଆଗକୁ ଆସିଯାଇଥିଲେ। ଟ୍ରେନଟି ଯୁବକଙ୍କ ଉପରେ ମାଡ଼ି ଯାଇଥିଲା।

ଲୋକୋପାଇଲଟ ଷ୍ଟେସନ ପରିଚାଳକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ରେଲୱେ ପୁଲିସ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।  କାହିଁକି ଯୁବକ ଜଣଙ୍କ ଟ୍ରେନ ଆଗକୁ ଆସି ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ। 

Advertisment
Train Accident Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe