Advertisment

ଏମିତି ଆସେ ମୃତ୍ୟୁ; ସିଡ଼ିରୁ ଖସି ଚାଲିଗଲା ଯୁବକଙ୍କ ଜୀବନ

ବିଦ୍ୟାପତିଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

DeadBody

ସିଡ଼ିରୁ ଓହ୍ଲାଉ ଥିବାବେଳେ ଖସିଗଲା ଯୁବକଙ୍କ ଗୋଡ଼। ତଳେ ପଡ଼ୁ ପଡ଼ୁ ଚାଲିଗଲା ତାଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଵିନିକା ଥାନା ଶଙ୍କରା ଗାଁର। ମୃତ ଯୁବକ ଜଣଙ୍କ ହେଲେ ବିଦ୍ୟାପତି ଭୁଏ।

Advertisment

ଆଜି ସକାଳେ ବିଦ୍ୟାପତି ନିଜ ଘରର ସିଡିରୁ ତଳକୁ ଓହ୍ଲାଉଥିଲେ। ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା। ଯୁବକ ଜଣଙ୍କ ତଳେ ପଡ଼ି ଯାଇଥିଲେ।   ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟାପତିଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Sonepur