Advertisment

ଘଉଡ଼ାଉଲା ବେଳେ ଦଳିଦେଲା ହାତୀ

ଫକିରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଅଦ୍ୟତନ ହୋଇଛି
Elephants

Elephants

Advertisment

ହାତୀ ଘଉଡ଼ାଇବା ହେଲା କାଳ। ଯୁବକଙ୍କୁ ଦଳି ଦେଲା ହାତୀ। ଏପରି ଅଘଟଣ ଘଟିଛି ଝାରସୁଗୁଡ଼ା ଜିଲ୍ଲା କିରମିରା ବ୍ଲକ ଭାଲୁପତରା ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ଭାଳୁପତ୍ରା ଗ୍ରାମର ଫକିର କିସାନ୍।

Advertisment

ଆଜି ସକାଳେ ଭାଳୁପତ୍ରା ଗାଁ ଭିତରକୁ ହାତୀ ପଲ ପଶି ଆସିଥିଲେ। ଏନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇଥିଲେ। ଗ୍ରାମବାସୀ ମଧ୍ୟ ବନ ଅଧିକାରଙ୍କ ସହ ମିଶି ହାତୀ ଘଉଡାଥିଲେ। ଫକିର ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହି ସମୟରେ ହଠାତ୍ ହାତୀ ପଛକୁ ଫେରି ଆସି ଫକିରଙ୍କୁ ଆକ୍ରମଣ କରିଥିଲା।

ଫକିର ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତଳେ ପଡ଼ିଯାଇଥିଲେ। ହାତୀଟି ପହଞ୍ଚି ତାଙ୍କୁ ଦଳି ଦେଇଥିଲା। ପରେ ବନ ବିଭାଗ ହାତୀଟିକୁ ଘଉଡାଇଥିଲେ। ଏଥିସହ ଫକିରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫକିରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। 

Advertisment
Elephant Attack Jarasuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe