Baliyatra
ସାଙ୍ଗମାନଙ୍କ ସହ କଟକ ବାଲିଯାତ୍ରା ବୁଲିବାକୁ ଆସିଥିଲେ ଯୁବକ। ବାଲିଯାତ୍ରାରେ ବୁଲିବା ସହ ସାଙ୍ଗମାନଙ୍କ ସହ ନେଉଥିଲେ ସେଲଫି। ଏହି ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ ଯୁବକ। ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ମୃତ ଯୁବକ ଜଣଙ୍କ ହେଲେ ପ୍ରମୋଦ ନାଥ ସାହୁ। ତାଙ୍କ ଘର ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ଅଞ୍ଚଳର ବୋଲି ଜଣାଯାଇଛି।
ଗତକାଲି ପ୍ରମୋଦ ନିଜର ୪ ଜଣ ସାଙ୍ଗମାନଙ୍କ ସହ ବାଲିଯାତ୍ରା ଆସିଥିଲେ। ବାଲିଯାତ୍ରାରେ ସାଙ୍ଗମାନଙ୍କ ସହ ମଜାମସ୍ତି କରିବା ସହ ଫଟୋ ଉଠାଉଥିଲେ। ହଠାତ୍ ପ୍ରମୋଦ ଅସୁସ୍ଥ ହୋଇ ପଡ଼ି ତଳେ ପଡ଼ିଯାଇଥିଲେ। ସାଙ୍ଗମାନେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରମୋଦ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖଳିଯାଇଛି।
ଗତ କିଛିଦିନ ତଳେ ବାଲିଯାତ୍ରାରେ କରେଣ୍ଟ ଲାଗି ଜଣେ ଯୁବକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Baliyatra__1701679654.jpg)