/odisha-reporter/media/post_attachments/uploadimage/library/16_9/16_9_0/Dance_1695452066.jpg)
Dance
ଗଣେଶ ପୂଜା ପେଣ୍ଡାଲରେ ନାଚୁ ନାଚୁ ଟଳିପଡିଲେ ଯୁବକ। ମୃତ୍ୟୁ ଏମିତି ବି ଆସେ ବୋଲି, ଯାହାକୁ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରିପାରିବେନି। ଆନ୍ଧ୍ରର ସତ୍ୟସାଇ ଜିଲ୍ଲା ଧର୍ମଭରମର ଅଞ୍ଚଳରେ ଏପରି ଏ ଦୁଃଖଦ ଘଟଣା ଘଟିଛି ।
Advertisment
ଗାଁରେ ଗଣେଶ ପୂଜା ଚାଲିଥିବା ବେଳେ ପ୍ରସାଦ ନାମକ ଜଣେ ଯୁବକ ନାଚ କରୁଥିଲେ । ମାତ୍ର ନାଚୁନାଚୁ ପେଣ୍ଡାଲ ଉପରେ ହିଁ ହଠାତ ଧୀରେ ଧୀରେ ପଛକୁ ଯାଇ ସେ ଟଳି ପଡିଥିଲେ । ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିବା ବେଳେ, ଡାକ୍ତର ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।
ପ୍ରସାଦଙ୍କ ଘରେ ଗର୍ଭବତୀ ପତ୍ନୀ ଓ ୨ବର୍ଷର ଶିଶୁଟିଏ ଥିବା ବେଳ, ସେ ଏକମାତ୍ର ରୋଜଗାରିଆ ଥିଲେ । ପ୍ରସାଦଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
Advertisment
ଗତ ୨ ଦିନ ପୂର୍ବେ ବିଜୟନଗର ଜିଲ୍ଲାରେ ମଧ୍ୟ ଜଣେ ଯୁବକ ନାଚୁ ନାଚୁ ଆଖି ବୁଜିଥିବା ଅଭିଯୋଗ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
