ଗଣେଶ ପୂଜା ପେଣ୍ଡାଲରେ ନାଚୁ ନାଚୁ ଟଳି ପଡିଲେ ଯୁବକ

ଗାଁରେ ଗଣେଶ ପୂଜା ଚାଲିଥିବା ବେଳେ ପ୍ରସାଦ ନାମକ ଜଣେ ଯୁବକ ନାଚ କରୁଥିଲେ । ମାତ୍ର ନାଚୁନାଚୁ ପେଣ୍ଡାଲ ଉପରେ ହିଁ ହଠାତ ଧୀରେ ଧୀରେ ପଛକୁ ଯାଇ ସେ ଟଳି ପଡିଥିଲେ ।

ପେଣ୍ଡାଲରେ ନାଚୁ ନାଚୁ ଟଳି ପଡ଼ିଲେ ଯୁବକ ।

  • Published: Saturday, 23 September 2023
  • , Updated: 23 September 2023, 12:26 PM IST

ଗଣେଶ ପୂଜା ପେଣ୍ଡାଲରେ ନାଚୁ ନାଚୁ ଟଳିପଡିଲେ ଯୁବକ। ମୃତ୍ୟୁ ଏମିତି ବି ଆସେ ବୋଲି, ଯାହାକୁ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରିପାରିବେନି। ଆନ୍ଧ୍ରର ସତ୍ୟସାଇ ଜିଲ୍ଲା ଧର୍ମଭରମର ଅଞ୍ଚଳରେ ଏପରି ଏ ଦୁଃଖଦ ଘଟଣା ଘଟିଛି ।

ଗାଁରେ ଗଣେଶ ପୂଜା ଚାଲିଥିବା ବେଳେ ପ୍ରସାଦ ନାମକ ଜଣେ ଯୁବକ ନାଚ କରୁଥିଲେ । ମାତ୍ର ନାଚୁନାଚୁ ପେଣ୍ଡାଲ ଉପରେ ହିଁ ହଠାତ ଧୀରେ ଧୀରେ ପଛକୁ ଯାଇ ସେ ଟଳି ପଡିଥିଲେ । ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିବା ବେଳେ, ଡାକ୍ତର ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।

ପ୍ରସାଦଙ୍କ ଘରେ ଗର୍ଭବତୀ ପତ୍ନୀ ଓ ୨ବର୍ଷର ଶିଶୁଟିଏ ଥିବା ବେଳ, ସେ ଏକମାତ୍ର ରୋଜଗାରିଆ ଥିଲେ । ପ୍ରସାଦଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଗତ ୨ ଦିନ ପୂର୍ବେ ବିଜୟନଗର ଜିଲ୍ଲାରେ ମଧ୍ୟ ଜଣେ ଯୁବକ ନାଚୁ ନାଚୁ ଆଖି ବୁଜିଥିବା ଅଭିଯୋଗ ହୋଇଥିଲା।

Related story