Advertisment

ମୁକୁଳା ଡ୍ରେନ୍‌ ନେଲା ରାଜମିସ୍ତ୍ରୀଙ୍କ ଜୀବନ

କଟକରେ ବିଭିନ୍ନ ସମୟରେ ମୁକୁଳା ଡ୍ରେନରେ ପଡ଼ି ଲୋକଙ୍କ ଜୀବନ ଯାଉଛି।

ଅଦ୍ୟତନ ହୋଇଛି
DeadBody

DeadBody

Advertisment

ମୁକୁଳା ଡ୍ରେନ ନେଲା ଜଣେ ଯୁବକଙ୍କ ଜୀବନ। କଟକ ନୂଆବଜାର ଅଞ୍ଚଳର ମହିମା ନଗରରେ ମୁକୁଳା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ରାଜମିସ୍ତ୍ରୀ କାମ କରୁଥିଲେ ବୋଲି ଜଣାଯାଇଛି। ତାଙ୍କ ଘର ଯାଜପୁର ଅଞ୍ଚଳରେ। ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।

Advertisment

ଯୁବକ ଜଣଙ୍କ ଡ୍ରେନରେ ପଡ଼ି ଭାସୁଥିବା ଆଜି ସକାଳେ ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଦୀର୍ଘ ମାସେ ତଳେ ଡ୍ରେନ ସ୍ଲାବ ଖୋଲି ଦେଇ ଠିକାଦାର ଛୁ ମାରିଛି। ଡ୍ରେନରେ ସ୍ଲାବ ପକାଇବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପଡ଼ିନାହିଁ। ଫଳରେ ଏପରି ଦୁର୍ଘଟଣା ଘଟିଥିବ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Advertisment

ସୂଚନାଯୋଗ୍ୟ, କଟକରେ ବିଭିନ୍ନ ସମୟରେ ମୁକୁଳା ଡ୍ରେନରେ ପଡ଼ି ଲୋକଙ୍କ ଜୀବନ ଯାଉଛି। ହେଲେ ସିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe