Advertisment

ଗରବା ପ୍ରାକ୍ଟିସ କରୁଥିଲେ ଯୁବକ, ହଠାତ୍‌ ଟଳି ପଡ଼ିଲେ

ଗରବା ଅଭ୍ୟାସ କରୁ କରୁ ଟଳି ପଡ଼ିଲେ ଯୁବକ । ସ୍ଥାନୀୟ ଲୋକେ ତୁରନ୍ତ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ମୃତ ଘୋଷଣା କଲେ ଡାକ୍ତର।

author-image
Niharika Rout
Dance

Dance

ଗରବା ଅଭ୍ୟାସ କରୁ କରୁ ଟଳି ପଡ଼ିଲେ ଯୁବକ । ସ୍ଥାନୀୟ ଲୋକେ ତୁରନ୍ତ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ମୃତ ଘୋଷଣା କଲେ ଡାକ୍ତର। ହୃଦଘାତରେ ଯୁବକଜଣକ ଆଖି ବୁଜି ଦେଇଥିବା ଜଣାଯାଇଛି। ଏପରି ଏକ ଦୁଃଖଦ ଘଟଣା ଗୁଜରାଟରେ ଜାମନଗରରେ ଘଟିଛି। ମୃତକ ହେଲେ ୧୯ ବର୍ଷୀୟ ଭିନିତ ମେହୁଲଭାଇ କୁନୱାରି ।

Advertisment

ଆଗକୁ ନବରାତ୍ରୀ ଉତ୍ସବ ଆସୁଥିବା ବେଳେ ଏହାକୁ ଖୁବ୍‌ ଉତ୍ସାହର ସହ ପାଳନ ନିମନ୍ତେ ଯୁବବର୍ଗଙ୍କ ମଧ୍ୟରେ ଆରମ୍ଭ ହେଲାଣି ଗରବା ଅଭ୍ୟାସ। ଭିନିତ ମଧ୍ୟ ଗତ ରାତିରେ ଲଗାତାର ଭାବେ ୩,୪ ଘଣ୍ଟା ସମୟ ଗରବା ଅଭ୍ୟାସରେ ମାତିଥିଲେ। ଏହାପରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ସେ ତଳେ ଟଳି ପଡ଼ିଲେ।

କିଛି ମାସ ପୂର୍ବେ ଜଣେ ୪୧ ବର୍ଷ ବୟସ୍କ ହୃଦରୋଗ ଡାକ୍ତର ଜାମନଗରରେ ଥିବା ନିଜ କ୍ଲିନିକ୍‌ରେ ହୃଦଘାତରେ ଆଖି ବୁଜିଥିଲେ। କେବଳ ଜାମନଗର ନୁହେଁ, ଗୁଜରାଟର ବହୁ ଅଞ୍ଚଳରେ ଜିମ୍‌ରେ ଥିବା ବେଳେ, କ୍ରିକେଟ ଖେଳିଥିବା ବେଳେ ତଥା ସ୍କୁଲରେ ବି ପିଲାମାନେ ହୃଦଘାତର ଶିକାର ହେଉଛନ୍ତି।

Advertisment
Deadbody Gujarat Hearth Attack