Advertisment

ମୂର୍ତ୍ତି ବିସର୍ଜନ ବେଳେ ମାଆ ଆଗରେ ଭାସିଗଲା ପୁଅ

ମଙ୍ଗଳବାର ଥିଲା ଗଣେଶ ପୂଜା। ସେଥିପାଇଁ ମାଙ୍କଡ଼ ଝୋଲା ଗାଁର ଶ୍ରୀନିବାସ ଅଶୋକ କୁମାର ନିଜ ଘରେ ପୂଜା ଆୟୋଜନ କରିଥିଲେ। ମହାଆଡମ୍ୱରେ ହୋଇଥିଲା ପୂଜା। ଆଜି ଅପରାହ୍ନରେ ଶ୍ରୀନିବାସ ଓ ତାଙ୍କ ମାଆ ମୂର୍ତ୍ତି ବିସର୍ଜନ ପାଇଁ ନାଗାବଳୀ ନଦୀକୁ ଯାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Nagavali River

Nagavali River

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଆମା ଆଗରେ ଭାସିଗଲା ପୁଅ। ଏପରି ହୃଦୟବିଦାରକ ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀମାନେ ଲାଗି ପଡ଼ିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଭାସି ଯାଇଥିବା ଯୁବକଙ୍କୁ ଉଦ୍ଧାର କରାଯାଇପାରିନି।

Advertisment

ମଙ୍ଗଳବାର ଥିଲା ଗଣେଶ ପୂଜା। ସେଥିପାଇଁ ମାଙ୍କଡ଼ ଝୋଲା ଗାଁର ଶ୍ରୀନିବାସ ଅଶୋକ କୁମାର ନିଜ ଘରେ ପୂଜା ଆୟୋଜନ କରିଥିଲେ। ମହାଆଡମ୍ୱରେ ହୋଇଥିଲା ପୂଜା। ଆଜି ଅପରାହ୍ନରେ ଶ୍ରୀନିବାସ ଓ ତାଙ୍କ ମାଆ ମୂର୍ତ୍ତି ବିସର୍ଜନ ପାଇଁ ନାଗାବଳୀ ନଦୀକୁ ଯାଇଥିଲେ। ମାଆ କୂଳରେ ଛିଡ଼ା ହୋଇଥିବା ବେଳେ ଶ୍ରୀନିବାସ ପାଣିରେ ମୂର୍ତ୍ତି ବିସର୍ଜନ କରୁଥିଲେ। ତେବେ ଅସାବଧାନତା ଯୋଗୁ ନାଗାବଳୀର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ। କୂଳରେ ଛିଡ଼ା ହୋଇଥିବା ମାଆ ପୁଅକୁ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲେ। ମାତ୍ର ନଦୀର ପ୍ରଖର ସ୍ରୋତକୁ କେହି ଯିବାକୁ ସାହସ କରିପାରିନଥିଲେ।

ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଖୋଜିବା ଆରମ୍ଭ କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ। ସେପଟେ ନଦୀରେ ପ୍ରବଳ ବର୍ଷା ପାଣି ପ୍ରବାହିତ ହେଉଛି।

Advertisment

ରିପୋର୍ଟ- ରାୟଗଡ଼ାରୁ ମାଉଡି ବାରିକ

Rayagada