Advertisment

ଗାଧୋଉଥିବା ବେଳେ ସ୍ତ୍ରୀଙ୍କ ଆଖି ଆଗରେ ଭାସିଗଲେ ସ୍ୱାମୀ

ଗାଧୋଇବା ବେଳେ କେନାଲର ପ୍ରଖର ସ୍ରୋତରେ ବଳରାମ ବୁଡ଼ି ଯାଇ ଭାସି ଯାଉଥିଲେ। ନିଜ ଆଖି ଆଗରେ ସ୍ୱାମୀ ଭାସି ଯାଉଥିବା ଦେଖି ଉଦ୍ଧାର କରିବା ପାଇଁ ଯାଇଥିଲେ ସ୍ଵର୍ଣ୍ଣପ୍ରଭା। ହେଲେ ସେ ମଧ୍ୟ ଭାସି ଯାଇଥିଲେ।

author-image
Manoranjan Sial
Balaram

Balaram

କେନାଲ୍‌ରେ ଗାଧୋଉଥିବା ବେଳେ ସ୍ତ୍ରୀଙ୍କ ଆଖି ଆଗରେ ଭାସିଗଲେ ସ୍ୱାମୀ। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳୀ ଭଏରପୁର ଶାଖା କେନାଲରେ ଘଟିଛି। ଅଗ୍ନିଶମ କର୍ମଚାରୀମାନେ କେନାଲ୍‌ରେ ଖୋଜାଖୋଜି କରୁଛନ୍ତି। ହେଲେ ତାଙ୍କ ପତ୍ତା ମିଳୁନି।

Advertisment

କାମାକ୍ଷାନଗର ଥାନା ଜଗନ୍ନାଥପୁର ଗାଁର ବଳରାମ ସେଠୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା। ତେଣୁ ସେ ଆଜି ତାଙ୍କ ଗର୍ଭବତୀ ସ୍ତ୍ରୀ ସ୍ଵର୍ଣ୍ଣପ୍ରଭାଙ୍କୁ ଧରି ଶ୍ୱଶୁର ଘର ମହୁଲପାଳ ଗାଁ ମଠସାହିକୁ ବୁଲିବା ପାଇଁ ଯାଇଥିଲେ। ସେଠାରୁ ମେଡ଼ିକାଲ୍‌ ଯିବାର ଥିଲା। ମେଡ଼ିକାଲ୍‌ ଯିବା ପୂର୍ବରୁ ଉଭୟ ସ୍ୱାମୀ-ସ୍ତ୍ରୀ ରେଙ୍ଗାଳୀ ଭଏରପୁର ଶାଖା କେନାଲରେ ଗାଧୋଉଥିଲେ।

ଗାଧୋଇବା ବେଳେ କେନାଲର ପ୍ରଖର ସ୍ରୋତରେ ବଳରାମ ବୁଡ଼ି ଯାଇ ଭାସି ଯାଉଥିଲେ। ନିଜ ଆଖି ଆଗରେ ସ୍ୱାମୀ ଭାସି ଯାଉଥିବା ଦେଖି ଉଦ୍ଧାର କରିବା ପାଇଁ ଯାଇଥିଲେ ସ୍ଵର୍ଣ୍ଣପ୍ରଭା। ହେଲେ ସେ ମଧ୍ୟ ଭାସି ଯାଇଥିଲେ। ତେବେ ସୌଭାଗ୍ୟକୁ ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ତେବେ ବଳରାମଙ୍କ ପତ୍ତା ମିଳୁନି।

Advertisment

ଖବର ପାଇ କାମାକ୍ଷାନଗର ଅଗ୍ନିଶମ କର୍ମଚାରୀମାନେ କେନାଲ୍‌ରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳୁନି।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Dhenkanal