Missing
ସ୍କୁଟି ସହ କେନାଲକୁ ଖସିପଡ଼ିଲେ ଯୁବକ। ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ। କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ପୁରୀ ମେନ୍ କେନାଲରେ ଏହି ଅଘଟଣ ଘଟିଛି। ନିଖୋଜ ଯୁବକ ଜଣଙ୍କ ହେଲେ ନଖରା ଅଞ୍ଚଳର ରାକେଶ ସାହୁ। ସେ ନରାଜ ନିକଟରେ ଥିବା ଓମଫେଡ ପ୍ଲାଣ୍ଟରେ କାମ କରନ୍ତି।
ସୂଚନା ଅନୁସାରେ, ଗତକାଲି ରାତିରେ ରାକେଶ ସ୍କୁଟି ନେଇ ଘରୁ ଯାଉଥିଲେ। ଏହି ସମୟରେ ସେ ପୁରୀ ମେନ୍ କେନାଲକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ କେନାଲରୁ ତାଙ୍କ ସ୍କୁଟି ଉଦ୍ଧାର କରିଥିବା ବେଳେ ଏପର୍ଯ୍ୟନ୍ତ ରାକେଶଙ୍କ ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ରାକେଶଙ୍କୁ ଖୋଜାଖୋଜି କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ପତ୍ତା ମଳିନାହିଁ।
କିପରି କେଉଁ ପରିସ୍ଥିତିରେ ରାକେଶ କେନାଲ ଭିତରକୁ ଖସି ପଡ଼ିଲେ ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Missing_1712554726.jpg)