Advertisment

ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ଏମ.ରାମପୁରରୁ ମୋହନଗିରି ରାସ୍ତାର ମାଣିକେରା ନିକଟରେ ଗୋଟିଏ ବ୍ରିଜ୍‌ ନିର୍ମାଣ ହେଉଛି। ତେଣୁ ନୂବ ନିର୍ମିତ ବ୍ରିଜ୍‌ ପାଖରେ ଅପ୍ରୋଚ ରୋଡ୍‌ ତିଆରି କରାଯାଇଥିଲା।

author-image
Manoranjan Sial
Kalahindi

Kalahindi

ମୃତ୍ୟୁ ମୁହଁରୁ ଫେରିଲେ ଯୁବକ...। ଅଳ୍ପକେ ବର୍ତ୍ତିଗଲେ। ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ନୂଆ ଜୀବନ ପାଇଲେ ଯୁବକ। ଆପ୍ରୋଚ ରୋଡ୍‌ରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ସ୍ରୋତ ମୁହଁରୁ ଉଦ୍ଧାର କରିଛନ୍ତି। ଆଜି ଏପରି ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି।

Advertisment

ଏମ.ରାମପୁରରୁ ମୋହନଗିରି ରାସ୍ତାର ମାଣିକେରା ନିକଟରେ ଗୋଟିଏ ବ୍ରିଜ୍‌ ନିର୍ମାଣ ହେଉଛି। ତେଣୁ ନୂଆ ନିର୍ମିତ ବ୍ରିଜ୍‌ ପାଖରେ ଅପ୍ରୋଚ ରୋଡ୍‌ ତିଆରି କରାଯାଇଥିଲା। ତେବେ ଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ହେଉଥିବାରୁ ସେହି ଆପ୍ରୋଚ୍‌ ରୋଡ୍‌ରେ ପ୍ରବଳ ପାଣି ପ୍ରବାହିତ ହେଉଥିଛି। ଏହା ସତ୍ତ୍ୱେ ସ୍ଥାନୀୟ ଅଞ୍ଚଳର ମୋହନ ଗିରିର ଆଦିତ୍ୟ ବାଇକ୍‌ରେ ଆପ୍ରୋଚ୍‌ ରୋଡ୍‌ ଅତିକ୍ରମ କରୁଥିଲେ। ହେଲେ ଅସାବଧାନତା ଯୋଗୁ ପ୍ରଖର ସ୍ରୋତରେ ସେ ବ୍ରିଜ୍‌ ପାଇଁ ଖୋଳା ଯାଇଥିବା ଗଭୀର ଗର୍ତ୍ତରେ ଫସି ଯାଇଥିଲେ। ବାହାରି ପାରୁନଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପାଣିର ସ୍ରୋତ ମୁହଁରୁ ଉଦ୍ଧାର କରିଛନ୍ତି। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛି ଆଦିତ୍ୟଙ୍କ ଜୀବନ।

ସୂଚନାରୁ ପ୍ରକାଶ, ଏମ.ରାମପୁରରୁ ମୋହନଗିରି ହେଉଛି ବ୍ୟସ୍ତବହୁଳ ରାସ୍ତା। ଆଖପାଖ ଶତାଧିକ ଗାଁର ଲୋକମାନେ ସେହି ରାସ୍ତା ଉପରେ ନିର୍ଭର କରିଥାଆନ୍ତି। ତେବେ ମାଣିକେରା ନିକଟରେ ଥିବା ବ୍ରିଜ୍‌ ଦୁର୍ବଳ ହେଉଥିବାରୁ ନୂଆ କରି ତିଆରି ଚାଲିଛି। ନୂଆ ବ୍ରିଜ୍‌ ନିର୍ମାଣ ଚାଲିଥିବାରୁ ଲୋକଙ୍କ ଯିବାଆସିବା ପାଇଁ ଗୋଟିଏ ଆପ୍ରୋଚ୍‌ରୋଡ୍‌ ନିର୍ମାଣ କରାଯାଇଛି। ହେଲେ ଅସରାଏ ବର୍ଷାରେ ସେହି ଆପ୍ରୋଚ ରୋଡ୍ ନଷ୍ଟ ହୋଇଯାଉଛି। ତେଣୁ ସ୍ଥାନୀୟ ଲୋକ ଜୀବନକୁ ବାଜି ଲଗାଇ ରାସ୍ତା ଅତିକ୍ରମ କରୁଛନ୍ତି।

Advertisment

ରିପୋର୍ଟ- ଭବାନୀପାଟଣାରୁ ରାଜକୁମାର ସିଂହଦେଓ

Accident Kalahandi